Latest Odisha News

BREAKING NEWS

କରୋନାକୁ ନେଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ଏଭଳି ସ୍ଥିତିରେ କିପରି ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକାଯିବ, ତାଉପରେ ଦିଆଯାଇଛି ଗୁରୁତ୍ବ । ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଛି । ମତ ବିନିମୟରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ପ୍ରଶାସକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଦେଶର କିଛି ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, କିଛି ରାଜ୍ୟରେ ବୃଦ୍ଧି ପାଉଛି ମାମଲା । ଯେଉଁ ସବୁ ସ୍ଥାନରେ ସଂକ୍ରମଣ ହ୍ରାସ ପାଉଛି, ସେଠାରେ ସତର୍କ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଜିଲ୍ଲାସ୍ତରରେ ଲୋକମାନେ ଯେପରି ଭଲ ହେବେ, ତାଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣ ହ୍ରାସ ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି ମୋଦି । ସେହିପରି ଦେଶର ପ୍ରତ୍ୟେକ ଜିଲ୍ଲା ସଦର ହସପିଟାଲରେ ଅମ୍ଳଜାନ ପ୍ଲାଣ୍ଟ ବସାଯାଇଛି । ପିଏମ୍ କେୟାର୍ସ ପାଣ୍ଠିରୁ ସ୍ଥାପନ କରାଯାଉଥିବା ଏହି ପ୍ଲାଣ୍ଟ କେତେକ ହସପିଟାଲରେ କାର୍ଯ୍ୟକ୍ଷମ ହେଲାଣି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ, ସଂକ୍ରମଣକୁ ରୋକିବାରେ ଟିକାକରଣର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ମୋଦି ।

Leave A Reply

Your email address will not be published.