Latest Odisha News

BREAKING NEWS

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ, ସ୍ୱାଗତ କଲେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ ଉତ୍ସବରେ ସେ ଯୋଗ ଦେବେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ କରିଥଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଯୋଧ୍ୟାରେ ପହଞ୍ଚିବା ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଓ ଆଳତୀ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ରାମ ଜନ୍ମଭିମି ଗସ୍ତରେ ଆସିଛନ୍ତି । ସେ ରାମ ମନ୍ଦିର ନିର୍ମାଣର ଭୂମି ପୂଜା କରିବେ । ତାଙ୍କ ସହ ଉପସ୍ଥିତ ରହିବେ ଆରଏସଏସ ମୁଖ୍ୟ ମୋହନ ଭାବଗତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

Leave A Reply

Your email address will not be published.