Latest Odisha News

ଅରବିନ୍ଦ କେଜ୍ରିୱାଲଙ୍କ ଶୁଭ ମନାସିଲେ ମୋଦୀ

ନୂଆଦିଲ୍ଲୀ: ଲଗାତାର ବିଜେପିକୁ ଟାର୍ଗେଟ କରି ଆସୁଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମଦ ଦୁର୍ନୀତି ହେଉ କିମ୍ବା ଦିଲ୍ଲୀ ସେବା ଆଇନକୁ ନେଇ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପିଏମ ମୋଦୀଙ୍କୁ ଶାଣିତ ସମାଲୋଚନା କରୁଛନ୍ତି। ତେବେ ଏହି ବୟାନବାଜି ଭିତରେ କେଜ୍ରିୱାଲଙ୍କ ଶୁଭ ମନାସିଛନ୍ତି ମୋଦୀ। ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଜନ୍ମଦିନ।

ଦୀର୍ଘ ଦିନ ଧରି ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଛି। ଉଭୟ ଦଳର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ସମ୍ପର୍କ ଭଲ ନୁହେଁ। ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।’

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୬ ଅଗଷ୍ଟ ୧୯୬୮ ରେ ହରିୟାଣାର ଭବାନୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଲଗାତାର ତିନିଥର ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ​​ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ତୃତୀୟ କାର୍ଯ୍ୟକାଳ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବରୁ କଂଗ୍ରେସ ନେତା ଶୀଲା ଦୀକ୍ଷୀତ ତିନିଥର ଦିଲ୍ଲୀରମୁଖ୍ୟମନ୍ତ୍ରୀ ଥିଲେ।

Leave A Reply

Your email address will not be published.