Latest Odisha News

BREAKING NEWS

‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ୍ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ନୂଆଁଖାଇ ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ କୃଷି ଭିତ୍ତିକ ଗଣପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ଏହି ଅବସରରେ ନୂଆ ଧାନକେଣ୍ଡାରୁ ଧାନ ବାଛି ଏଥିରୁ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ଏହାପରେ ପ୍ରଥମେ ଭଗବାନଙ୍କ ପାଖରେ ନବାନ୍ନ ଭୋଗ କରାଯାଏ ତାପରେ ଯାଇ ଲୋକମାନେ ଏହାକୁ ଖାଇଥାନ୍ତି ।

Leave A Reply

Your email address will not be published.