Latest Odisha News

BREAKING NEWS

ଓଡ଼ିଶାବାସୀ ନବୀନଙ୍କୁ ଆରାମ, ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି: ନଡ୍ଡା

ଭଦ୍ରକ: ଓଡ଼ିଶାରେ ପହଞ୍ଚିବା ପରେ ମାରାଥନ୍‌ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା କରିଞ୍ଜିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାପରେ ଧାମନଗର ଓ ବଡ଼ଚଣାରେ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଛନ୍ତି ନଡ୍ଡା ।

ଧାମନଗର ଆୟୋଜିତ ସଭାରେ ଯୋଗ ଦେଇ ଜେପି ନଡ୍ଡା କହିଛନ୍ତି ଯେ, ଓଡ଼ିଶାର ୨୧ ଲୋକସଭାରେ ବିଜେପିକୁ ଜିତାଇବାକୁ ଲୋକ ମନସ୍ଥ କରିଛନ୍ତି । ଓଡ଼ିଶାବାସୀ ନବୀନଙ୍କୁ ଆରାମ ଦେଇ ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି । ବିଜେଡିକୁ ସବୁଦିନ ପାଇଁ ଛୁଟି ଦେବାକୁ ଓଡ଼ିଶାବାସୀ ସଂକଳ୍ପ କରିଛନ୍ତି । ବିରୋଧୀ ତୁଷ୍ଟୀକରଣର ରାଜନୀତି କରୁଛନ୍ତି । ମୋଦୀ ସବ୍‌କା ସାଥ୍‌, ସବ୍‌କା ବିକାଶରେ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି ବୋଲି କହିଛନ୍ତି ନଡ୍ଡା ।

ପ୍ରଚାର କରିବା ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବା ବେଳେ କେନ୍ଦ୍ରିୟ ନେତାଙ୍କ ଫୋକସରେ ଏବେ ଓଡ଼ିଶା । ଏହାରି ଭିତରେ ଆଜି ଓଡ଼ିଶା ଆସିଛନ୍ତି ବିଜେପିର ୩ ଜଣ ହେଭିୱେଟ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।

Leave A Reply

Your email address will not be published.