Latest Odisha News

BREAKING NEWS

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ, ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭଦ୍ରକ: ସଫଳ ହେଲା ମିଶନ ଦିବ୍ୟାସ୍ତ୍ରର ପରୀକ୍ଷଣ। ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନରେ ମୋଦି ଟୁଇଟ୍ କରି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟୁଇଟ୍ କରି ମୋଦି ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଛୁ । ସ୍ୱଦେଶୀ ରୂପେ ବିକଶିତ ହେଇଥିବା ଅଗ୍ନି-୫ ମିସାଇଲର ପ୍ରଥମ ଉଡାଣ ସଫଳ ହେଇଛି । ଏମଆଇଆରଭି ଜ୍ଞାନକୌଶଳ ସହ ନିର୍ମାଣ ହେଇଥିବା ଏହି ମିସାଇଲର ସଫଳ ପରୀକ୍ଷଣ ହେଇଛି।

ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ ହୋଇଛି। ୨୫ତମ ଭର୍ସନର ପରୀକ୍ଷଣ ସଫଳ ହୋଇଛି। ୫ ହଜାର କିମି ଯାଏଁର ଲକ୍ଷ୍ୟଭେଦ କ୍ଷମତା ରହିଛି। ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍‌। ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି ଏହି ମିସାଇଲ। ତେବେ ଡିଆରଡିଓର ରିସର୍ଚ୍ଚ ସେଣ୍ଟର, ଆଡଭାନ୍ସ ସିଷ୍ଟମ୍ ଲାବୋରେଟୋରୀ ଏବଂ ଡିଫେନ୍ସ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ଲାବୋରେଟୋରୀ (DRDL)ର ମିଳିତ ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.