Latest Odisha News

ସାମୀ ଟି୨୦ ବିଶ୍ୱକପ ଖେଳିବେନି, ସ୍ପଷ୍ଟ କଲେ ଜୟ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ତେବେ ଏହାର ପ୍ରସ୍ତୁତି ବେଳେ ଟିମ ଇଣ୍ଡିଆକୁ ସୋମବାର ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଏହି ବିଶ୍ୱକପେ ଖେଳିବେ ନାହିଁ ବୋଲି ଜଣାପଡିଛି । ବିସିସିଆଇ ସଚିବ ଜୟ ଶାହ ଏହା ପୃଷ୍ଟି କରିଛନ୍ତି । ସାମୀ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ଖେଳିବେ ବୋଲି ଆଶା ବ୍ୟକ୍ତ କରାଯାଇଛି । ସାମୀଙ୍କ ଆଇପିଏଲ ୨୦୨୪ରୁ ଓହରିବା ମଧ୍ୟ ନିଶ୍ଚିତ ହୋଇଯାଇଛି । ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ପକ୍ଷରୁ ସାମୀ ସର୍ବାଧିକ ୱିକେଟ ହାସଲ କରିଥିଲେ ।

BjdElectrycity

ସେ ଏହା ପରେ ଆଘାତ ସମସ୍ୟାରୁ ପଡିବା ପରେ ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯାଇଥିଲେ । ତାଙ୍କ ସର୍ଜରୀ ସଫଳ ହୋଇଯାଇଛି ଏବଂ ସେ ଭାରତ ପ୍ରତ୍ୟାବର୍ତନ କରିଛନ୍ତି ବୋଲି ଜୟ ଶାହ ସୂଚନା ଦେଇଛନ୍ତି । ଅପରପକ୍ଷରେ କେଏଲ ରାହୁଲ ଆଇପିଏଲ ଖେଳିପାରନ୍ତି ବୋଲି ଆଶା କରାଯାଉଛି । ସେ ଏନସିଏରେ ଅଭ୍ୟାସ ଜାରୀ ରଖିଛନ୍ତି । ରାହୁଲ ଆଘାତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଶେଷ ୪ଟି ଟେଷ୍ଟରେ ଖେଳି ନ ଥିଲେ ।

Leave A Reply

Your email address will not be published.