ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାପାନରେ ପହଞ୍ଚିଛନ୍ତି ।
ଜାପାନର ଓସାକା ବିମାନବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ବିଶ୍ୱରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ମୋଦୀ ଜି-୨୦ ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ଆଲୋଚନା କରିବେ ।ଅପରପକ୍ଷରେ ଏହି ସମ୍ମିଳନୀରେ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Prime Minister Narendra Modi meets Japan Prime Minister Shinzo Abe on the sidelines of the #G20Summit in Osaka, Japan. pic.twitter.com/tG6CxhG3ni
— ANI (@ANI) June 27, 2019
ସେହିପରି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
Comments are closed.