Latest Odisha News

BREAKING NEWS

କେଦାରନାଥ ଧାମର ବିକାଶ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଧାମରେ ଚାଲିଥିବା ବିକାଶ କାର୍ଯ୍ୟ ତଥା ଧାମର ଦିବ୍ୟଚେତନାକୁ ଆହୁରି ବୃଦ୍ଧି କରିବା ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ।

ସମୀକ୍ଷା ବେଳେ କେଦାରନାଥ ମନ୍ଦିର ଏବଂ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳର ଦିବ୍ୟତାକୁ ଆହୁରି ବୃଦ୍ଧି କରିବା ତଥା ପରିସରରେ ସ୍ୱଚ୍ଛତା ଜାରି ରଖିବା ଏବଂ ଏହାର ବିକାଶ ସୁନିଶ୍ଚିତ କରିବା ପାଇଁ ଆଲୋଚନା କରାଯାଇଥିଲା ।

ଯାତ୍ରୀମାନଙ୍କୁ ଗୌରିକୁଣ୍ଡ-କେଦାରନାଥ ମାର୍ଗରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ଏବଂ ପ୍ରଯୁକ୍ତି ଜରିଆରେ ତୀର୍ଥସ୍ଥଳର ଐତିହାସିକ ଏବଂ ସାଂସ୍କୃତିକ ମହତ୍ୱକୁ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.