Latest Odisha News

BREAKING NEWS

ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ

ସମ୍ୱଲପୁର: ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଦୁଇ ଶିଶୁ ଏବେ କୋଭିଡ୍-୨ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୮ ମାସ ଓ ୫ ବର୍ଷ ହେବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମେଡିକାଲ୍ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ନଜର ରଖିଛନ୍ତି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ଦୁଇ ଶିଶୁଙ୍କୁ ଜ୍ୱର ହେବା ସହ ଥଣ୍ଡା ଲକ୍ଷଣ ଦେଖାଦେବା ପରେ ପରିବାର ଲୋକ ସେମାନଙ୍କୁ ବୁର୍ଲା ମେଡିକାଲକୁ ଆଣିଥିଲେ । ତିନି ଦିନ ତଳେ ସେମାନେ ଆଡମିଟ୍ ହୋଇଥିଲେ । ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।

Leave A Reply

Your email address will not be published.