ଭୁବନେଶ୍ୱର: ଗୋଟିଏ ପଟେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ଠିକ ଏଭଳି ସମୟରେ ମୋଦିଙ୍କ ଜୋରଦାର ପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଛତିଶଗଡ଼ର ସୁରଜପୁର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି କି ଗୋଟିଏ ପଟେ ବିଜେପିର ସଂକଳ୍ପପତ୍ରକୁ ଥିବାବେଳେ ଆରପଟେ କଂଗ୍ରେସର ମିଛ କାରବାର ରହିଛି।
ସମସ୍ତଙ୍କୁ କଂଗ୍ରେସ ବିଶ୍ୱାସଘାତ ଛଡା ଆଉ କିଛି ଦେଇନାହିଁ ବୋଲି ମୋଦି କହିଛନ୍ତି। ଏପରିକି କଂଗ୍ରେସ ସରକାର ଛତିଶଗଡ଼ରେ ଯୁବବର୍ଗଙ୍କ ସ୍ୱପ୍ନ ମଧ୍ୟ ପୂରଣ କରି ନ ଥିବା ସେ କହିଛନ୍ତି।
ମହାଦେବଙ୍କ ନାଁ କୁ ନେଇ ବି କଂଗ୍ରେସ ଘୋଟାଲା କରିଥିବା ସେ କହିଛନ୍ତି। ମହାଦେବ ବେଟିଂ ଆପ ସ୍କାମକୁ ମୋଦି କଂଗ୍ରେସ ବିରୋଧରେ ଅସ୍ତ୍ର କରିଛନ୍ତି।
ଏହି ଘୋଟାଲାର ଚର୍ଚ୍ଚା ଦେଶ ବିଦେଶରେ ହେଉଥିବା କୁହାଯାଇଛି। ନିଜ ଟ୍ରେଜେରୀ ଭରିବା ପାଇଁ କଂଗ୍ରେସ ଛତିଶଗଡ଼ବାସୀଙ୍କ ପିଲାଙ୍କୁ ସଟେବାଜିରେ ଲଗାଇଥିବା ମୋଦି କହିଛନ୍ତି।
ଏପରିକି ଖାଲି ସେତିକି ନୁହେଁ ପ୍ରଚାର ଅବସରରେ ମୋଦି କଂଗ୍ରେସ ଉପରେ ଆଉ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଯେବେ ଯେବେ କଂଗ୍ରେସ ସରକାର ଆସିଛି ସେବେ ଦେଶରେ ଆତଙ୍କବାଦୀ ଓ ନକ୍ସଲଙ୍କ ଶକ୍ତି ବଢିଛି।
ଯେଉଁ ରାଜ୍ୟଗୁଡିକରେ କଂଗ୍ରେସ ସରକାର ଅଛି ସେଠାରେ ଅପରାଧ, ଲୁଟ ବଢିଥିବା ସେ କହିଛନ୍ତି। ନକ୍ସଲ ହିଂସାକୁ କାବୁ କରିବାରେ କଂଗ୍ରେସ ବିଫଳ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ମୋଦି କହିଛନ୍ତି।
ତେଣୁ ଗୋଟିଏ ପଟେ ନିର୍ବାଚନ ବେଳେ ନକ୍ସଲଙ୍କ ହିଂସାକାଣ୍ଡକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଠିକ ଏଭଳି ସମୟରେ ମୋଦିଙ୍କ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ସେପଟେ ଧାନର ମୂଲ୍ୟକୁ ନେଇ ବିଜେପି ଓ କଂଗ୍ରେସର ଘୋଷଣାପତ୍ରରେ ଲଢେଇ ଦେଖିବାକୁ ମିଳିଥିବା ବେଳେ ସାଧାରଣ ସଭାରେ ଏହାକୁ ଅସ୍ତ୍ର କରି ମୋଦିଙ୍କ କଂଗ୍ରେସକୁ ଟାର୍ଗେଟ ରାଜନୀତିକୁ ସରଗରମ କରିଛି।
ଏଥିସହିତ ମହାଦେବ ବେଟିଂ ଆପ ସ୍କାମ ପ୍ରସଙ୍ଗକୁ ପ୍ରମୁଖ ଦେବତା ମହାଦେବଙ୍କ ନାଁ ସହ ଯୋଡି ବିଜେପି ଜୋରଦାର ପ୍ରଚାର କରୁଥିବାରୁ କଂଗ୍ରେସ ଉପରେ ଏହାର କଣ ପ୍ରଭାବ ପଡିବ ତାକୁ ନେଇ ଆଲୋଚନା ଜୋର ଧରିଛି।
Comments are closed.