Latest Odisha News

BREAKING NEWS

ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱରରେ ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ, ଜିମ୍ନାସିୟମ, ୱେଟଲିଫ୍ଟିଂ ରୁମ ଓ ଚେସ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏତଦବ୍ୟତୀତ ଯୋଗ ଓ ଜୁମ୍ବା ପାଇଁ ମଧ୍ୟ ସ୍ଥାନ ରଖାଯାଇଛି । ନୂତନ ପିଢ଼ୀକୁ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଇବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନବୀନ କହିଥିଲେ । ରାଜ୍ୟରେ ୩୩ଟି ଟିଟି ସେଂଟର ନିର୍ମାଣ କରାଯାଇଛି । ଡିସେମ୍ବର ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଖୁବ ଶୀଘ୍ର କଟକ ଟିଟି ଏକାଡେମୀର କାର୍ଯ୍ୟ ଶେଷ ହେବ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି ।

BjdElectrycity

ଟିଟିଏଫଆଇର ଅଧିକାରୀ ଏସଏଚ ଚୌଧୁରୀ ଓ ଏସଏଚ କମଳେଶ ମେହେଟ୍ଟା ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ଦ୍ୱାରା ରାଜ୍ୟରେ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ୫ଟି ଓ ନବୀନ ଓଡିଶା ଚେୟାରମ୍ୟାନ ଭିକେ ପାଣ୍ଡିଆନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ସେଂଟ୍ରାଲର ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡିସି କମ ଏସିଏସ ଅନୁ ଗର୍ଗ, ଓଏସଟିଟିଲର ସଭାପତି ସଞ୍ଜୟ ସିଂ ଓ ସ୍ପୋର୍ଟ୍ସ ସେକ୍ରେଟାରୀ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

Leave A Reply

Your email address will not be published.