Latest Odisha News

BREAKING NEWS

ଜି -20 ଶିଖର ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାଲି ଗସ୍ତ କରିବେ । ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ଅଂଶ ଗ୍ରହଣ କରିବେ।

ବୈଠକରେ ଯାେଗଦେବାକୁ  20 ଟି ଦେଶର ନେତା ଏବେ ଇଣ୍ଡୋନେସିଆରେ ଆସି ପହଁଚିଛନ୍ତି ।   ବିଶ୍ ଜିଡିପିର 85% ଏବଂ ବିଶ୍ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ  ଲୋକଙ୍କ ସ୍ବାର୍ଥକୁ ନେଇ – “ଏକାଠି ପୁନରୁଦ୍ଧାର, ଶକ୍ତିଶାଳୀ ପୁନରୁଦ୍ଧାର” ର ଥିମ୍ ଉପରେ ଏଠାରେ ବିଶ୍ବନେତାମାନେ ଆଲୋଚନା କରିବେ । ଇଣ୍ଡୋନେସିଆରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ  ।  ଭାରତର ବିକାଶଶୀଳ ନୀତି ନେଇ ଥିବା  ପ୍ରାଥମିକତା ବିଷୟରେ ସେମାନଙ୍କୁ ସଂବୋଧନ କରିବେ ।

ଏହି ଜି -20 ଶିଖର ସମ୍ମିଳନୀ ରେ କୋଭିଡ ମହାମାରୀ ପରେ ଅର୍ଥନୈତିକ ଅନିଶ୍ଚିତତାର ପ୍ରଭାବ ଉପରେ ମଧ୍ୟ ବିଶ୍ବ ନେତା ଆଲୋଚନା କରିପାରନ୍ତି । ବୈଠକର ଲୋଗୋରେ ଚଳିତ ବର୍ଷ ପଦ୍ମଫୁଲ  ଏହି ସମୟରେ ଆଶାର ଏକ ପ୍ରତିନିଧିତ୍ୱ ବୋଲି ଗତ ସପ୍ତାହରେ ଭାରତର ଜି -20 ଲୋଗୋ ଉନ୍ମୋଚନ ସମୟରେ ପିଏମ ମୋଦୀ କହିଛନ୍ତି। ଆଗାମୀ ଦିନରେ ଭାରତ ମଧ୍ୟ ଏହାର ଅଧ୍ୟକ୍ଷ ଭାର ସମ୍ଭାଳିବାକୁ ଯାଉଛି ।

Leave A Reply

Your email address will not be published.