Latest Odisha News

BREAKING NEWS

ଯୋଗମୁଦ୍ରାରେ ନରେନ୍ଦ୍ର ମୋଦି: ୫୦ ହଜାର ଯୋଗ ପ୍ରଶିକ୍ଷକଙ୍କ ଗହଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଡ଼େରାଡୁନ : ଆଜି ସମଗ୍ର ବିଶ୍ୱ ପାଳନ କରୁଛି ‘ଆନ୍ତର୍ଜାତିକ ଯୋଗ ଦିବସ’ । ଆନ୍ତର୍ଜାତିକ ଯୋଗଦିବସର ଆଜି ହେଉଛି ୪ର୍ଥ ବର୍ଷ ପୁର୍ତ୍ତି ।

ଏହି ଦିବସଟିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଡ଼େରାଡୁନରେ ପ୍ରାୟ ୫୦ ହଜାର ଯୋଗ ପ୍ରଶିକ୍ଷକ ଓ ସ୍ୱେଚ୍ଛାସେବୀଙ୍କ ଗହଣରେ ଯୋଗାସନ କରି ଦେଶବାସୀଙ୍କ୍ୁ ଯୋଗ ଅଭ୍ୟାସ ଲାଗି ଉତ୍ସାହିତ କରିଛନ୍ତି ।

ଆଜି ଉତ୍ତରାଖଣ୍ଡର ଡ଼େରାଡୁନସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପରିସରରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାସନ କରିଥିଲେ । ତାଙ୍କ ସହିତ ପ୍ରାୟ ୫୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଓ ଯୋଗ ପ୍ରଶିକ୍ଷକ ଭାଗ ନେଇଥିଲେ ।

ଏହି ସମୂହ ଯୋଗାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାରମ୍ଭିକ ବ୍ୟାୟାମ ସହିତ ପ୍ରାଣାୟାମ କରିଥିଲେ । ତା’ପରେ କେତୋଟି ଯୋଗମୁଦ୍ରା ଅଭ୍ୟାସ କରିବା ପରେ ଆରମ୍ଭ କରିଥିଲେ ଆସିନ । ନରେନ୍ଦ୍ର ମୋଦି କରିଥିବା କେତୋଟି ଯୋଗାସନ ଗୁଡ଼ିକ ହେଲା, ବଜ୍ରାସନ, ଶବାସନ, ମକରାସନ, ପାଦବୃତ୍ତାସନ, ଦ୍ୱିଚକ୍ରିତ ଆସନ, ଶଶକାସନ, ଭୁଜଙ୍ଗାସନ, ଅର୍ଦ୍ଧହଳାସନ, ଉତ୍ତାନ ପାଦାସନ ଏବଂ ସଲଭାସନ ।

Leave A Reply

Your email address will not be published.