Latest Odisha News

BREAKING NEWS

ପିଏମ୍-କିଷାନ ଯୋଜନାରେ ଆଜି ନବମ କିସ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାରେ ନବମ କିସ୍ତି ପ୍ରଦାନର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ।

ହିତାଧିକାରୀଙ୍କ ଆକାଉଣ୍ଟକୁ ୧୯ହଜାର ୫୦୦ କୋଟି ଟଙ୍କା ଟ୍ରାନ୍ସପର ହେବ । ଏହାଦ୍ୱାରା ଉପକୃତ ହେବେ ୯କୋଟି ୭୫ଲକ୍ଷ କୃଷକ ପରିବାର । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ପରିବାର ସହ କଥା ହେବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ପିଏମ୍-କିଷାନ ଯୋଜନାରେ ଯୋଗ୍ୟ ଚାଷୀ ପରିବାରକୁ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ବାର୍ଷିକ ୬,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଆବଣ୍ଟିତ ଆର୍ଥିକ ସହାୟତା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି । ଗତ ମେ ୧୪ ତାରିଖରେ ଅଷ୍ଟମ କିସ୍ତି ଅର୍ଥରାଶି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.