Latest Odisha News

BREAKING NEWS

ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବଢ଼ିଲାଣି ଚିନ୍ତା । ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା ପାଇଁ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ବୁଧବାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ ।

ବୈଠକରେ ଦେଶରେ ଜାରି ରହିଥିବା ଟିକାକରଣ ବିଷୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ପ୍ରତିଦିନ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ସଂକ୍ରମଣକୁ କିପରି ରୋକିହେବ, ସେନେଇ ମଧ୍ୟ ସମୀକ୍ଷା କରିବେ ମୋଦି । ଏହାସହ କେଉଁ ରାଜ୍ୟରେ କିଭଳି ରହିଛି କରୋନାର ସ୍ଥିତି, ସେନେଇ ପଚାରି ବୁଝିବେ । ତେବେ କରୋନାକୁ ନେଇ ଦେଶରେ କି କଟକଣା ଲଗାଯିବ, ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ପରେ ଜଣାପଡିବ ।

Leave A Reply

Your email address will not be published.