Latest Odisha News

BREAKING NEWS

କରୋନାକୁ ହରେଇ ସୁସ୍ଥ ହେଲେ ଜୟନ୍ତ ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ କବି ଜୟନ୍ତ ମହାପାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶ୍ରୀ ମହାପାତ୍ର ଗତ କିଛି ଦିନ ଧରି କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।

ଶ୍ରୀ ମହାପାତ୍ର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ତଥା ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ, ତାଙ୍କର ଚିକିତ୍ସା ଡାକ୍ତରୀ ଦଳ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ଥିଲା। ଦୀର୍ଘ ୧୬ ଦିନର ସଫଳ ଚିକିତ୍ସା ପରେ, ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ବିଗତ ୨୫ ବର୍ଷ ଧରି, କବିଙ୍କ ଚିକିତ୍ସା କରୁଥିବା ଏସ.ସି.ବିର ମେଡ଼ିସିନ୍ ବିଭାଗ ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା, ଡାକ୍ତର ଦେବ ପ୍ରସାଦ ମହାନ୍ତି, ଡାକ୍ତର ଜ୍ୟୋତି ପଟ୍ଟନାୟକ ଏବଂ ଡାକ୍ତର ଦେବାଶିଷ ସ୍ୱାଇଁ ତାଙ୍କର ଚିକିତ୍ସାର ଦାୟିତ୍ୱ ତୁଲାଇଥିଲେ।

ଶ୍ରୀ ମହାପାତ୍ର ପ୍ରଥମ ଭାରତୀୟ ଇଂରାଜୀ କବି ଭାବରେ, ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୦୯ ମସିହାରେ କବିଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା କିନ୍ତୁ ଭାରତରେ ତତ୍କାଳୀନ ଅସହିଷ୍ଣୁତାକୁ ବିରୋଧ କରି ୨୦୧୫ ରେ ସେ ତାହା ଫେରେଇ ଦେଇଥିଲେ।

ମଇ ୨୦୧୯ ରେ, ସେ ପ୍ରଥମ ଭାରତୀୟ ଇଂରାଜୀ କବି ହିସାବରେ, ସାହିତ୍ୟ ଏକାଡେମୀର ସଦସ୍ୟ ହୋଇଥିଲେ।

Leave A Reply

Your email address will not be published.