Latest Odisha News

BREAKING NEWS

କବିତା : କରୋନା ସମୟ ରଜ

ସସ୍ମିତା ମହାନ୍ତି 

ଵରଷକେ ଥରେ ରଜ
ଧରଣୀ ପୂଜାର ପର୍ବ
ନାହିଁ ସଜବାଜ ମଉଜ
ବନସ୍ତରେ ନାହିଁ ଗଜ।।

କରୋନାର କାଳରୂପ
ଘାରିଛି ସାରା ରାଇଜ
ଭୟଭୀତ ସବୁଲୋକ
ପଡିଛି ତାଟି କବାଟ।।

ସଟଡାଉନର ବନ୍ଦ
ନାହିଁ ବୁଲାବୁଲି
ନାହିଁ ରଜଦୋଳି
ରଜ ହରାଇଛି ଛନ୍ଦ।।

ହେଉନି ବାଗୁଡି ଖେଳ
ଜମୁନାହିଁ ତାସପାଲି
ଏକା ଏକା ବସି
ଗେଏମ୍ ଖେଳନ୍ତି
ହାତେଧରି ମୋବାଇଲ୍।।

ପୋଡପିଠା ସାତସ୍ବପ୍ନ
ନାହିଁ ରଜଡାକ
ନାହିଁ ମିଠାପାନ
ପାର୍ବଣ ହୁଏ ମ୍ଲାନ।।

ଗାଁ ଓ ସହର ସାରା
ସନ୍ଦେହର ମୁଖା
ସାମାଜରେ ଦୂରତା
ହଜିଯାଏ ଭାଇଚାରା।।

ମହାମାରୀର ଦୁଃଖ
ରୋଜଗାରିଆ ଭାଇ
କରେ ଏକାନ୍ତ ବାସ
କିପରି ପାଳିବୁ ରଜ।।

କରୋନା ରହିଵ
ବଞ୍ଚିବ ମଣିଷ
ଚାଲୁରହିବ ଯୁଦ୍ଧ
ନକର ସଂଶୟ
ସତର୍କରେ ଚଳ
ଜୀବନର ହେଉ ଜୟ।।

 

Leave A Reply

Your email address will not be published.