Latest Odisha News

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରେ ପରିବର୍ତ୍ତନ; ବାଦ ପଡିବେ ‘ସାରେ ଜହାଁ ସେ ଅଚ୍ଛା’ ଗୀତର ଲେଖକ ମହମ୍ମଦ ଇକବଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ ସିଲାବସରେ ବଡ ଧରଣର ପରିବର୍ତ୍ତନ କରାଯିବ । ଏହି ନିଷ୍ପତ୍ତି ଅନୁସାରେ ଭାରତଠାରୁ ପାକିସ୍ତାନକୁ ଅଲଗା କରିବା ପାଇଁ ପ୍ରସ୍ତାବ ଦେଇଥିବା ମହମ୍ମଦ ଇକବାଲଙ୍କ ଲିଖିତ ଏକ ବିଷୟକୁ ହଟାଯିବ । ସେହିପରି ପଲଟିକାଲ ସାଇନ୍ସର ଗ୍ରାଜୁଏସନ କୋର୍ସରେ ମଧ୍ୟ କିଛି କିଛି ପରିବର୍ତ୍ତନ କରାଯିବ ।

ମିଳିଥିବା ତଥ୍ୟ ଅନୁଯାୟୀ, କବି ତଥା ଦାର୍ଶନିକ ମହମ୍ମଦ ଇକବାଲ ପାକିସ୍ତାନ ଗଠନର ଜଣେ ପ୍ରସ୍ତାବକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗ୍ରାଜୁଏସନ ପଲିଟିକାଲ ସାଇନ୍ସ ସିଲାବସରୁ ହଟାଇ ଦିଆଯିବ ।

ଡିୟୁର  ଏକାଡେମିକ କାଉନସିଲ ବୈଠକରେ ଗ୍ରାଜୁଏସନ କୋର୍ସ ଉପରେ ଆଲୋଚନା ସମୟରେ ଏହି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି । ଡିୟୁର ଭାଇସ ଚାନସେଲର ପ୍ରଫେସର ଯୋଗେଶ ସିଂହ କହିଛନ୍ତି, ଇକବାଲ ମୁସଲିମ ଲିଗ ଏବଂ ପାକିସ୍ତାନ ଆନ୍ଦୋଳନକୁ ସମର୍ଥନ କରିବା ପରି ଗୀତ ଲେଖିଛନ୍ତି । ଭାରତ ବିଭାଜନ ଏବଂ ପାକିସ୍ତାନ ସ୍ଥାପନା ପ୍ରଥମେ ଇକବାଲ ହିଁ ଉଠାଇଥିଲେ । ଏପରି ବ୍ୟକ୍ତିଙ୍କ ବିଷୟରେ ପଢିବା ପରିବର୍ତ୍ତେ ଆମେ ରାଷ୍ଟ୍ର ନାୟକଙ୍କ ବିଷୟରେ ପଢିବା ଉଚିତ ।

ଅନ୍ୟପକ୍ଷେ ଦର୍ଶନ ଶାସ୍ତ୍ର ବିଭାଗରେ ଡ.ଆମ୍ବେଦକରଙ୍କ ଦର୍ଶନ, ମହାତ୍ମ ଗାନ୍ଧୀଙ୍କ ଦର୍ଶନ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନକୁ ସାମିଲ କରାଯାଇଛି।

Leave A Reply

Your email address will not be published.