Latest Odisha News

BREAKING NEWS

ଦମ୍ପତ୍ତି ଚାକିରି ଛାଡ଼ି କୁକୁର ପାଳୁଛନ୍ତି , ବର୍ଷକୁ ୮କୋଟି ରୋଜଗାର କରେ କୁକୁର

ନ୍ୟୁୟର୍କ: ଦୁନିଆର ପ୍ରତ୍ୟେକ ଲୋକ ଧନୀ ହେବାକୁ ଚାହାଁନ୍ତି । ପ୍ରଚୁର ଅର୍ଥ ରୋଜଗାର କରି ଦୁନିଆର ସବୁ ଆରାମ ଉପଭୋଗ କରିବାକୁ ଇଛା କରନ୍ତି । ଚଳଚ୍ଚିତ୍ର ତାରକାମାନେ ଅଭିନୟ ପାଇଁ କୋଟି କୋଟି ଟଙ୍କା ପାଆନ୍ତି । ଏହାକୁ ନେଇ ଅନେକ ଇର୍ଷା କରନ୍ତି । ଏବେ ଠିକ୍ ସେମିତି ଗୋଟେ କୁକୁର ସେଲିବ୍ରିଟ୍‌ଠାରୁ କିଛି କମ୍ ରୋଜଗାର କରୁନାହିଁ । ଏହାକୁ ଆଧାର କରି ଏକ ଦମ୍ପତ୍ତି ଚାକିର ଛାଡ଼ି କୁକୁରର ପାଳୁଛନ୍ତି, ଯିଏ ବର୍ଷକୁ କୋଟିକୋଟି ଟଙ୍କା ରୋଜଗାର କରୁଛି ।

କର୍ଟନୀ ବଡ଼ଜିନ୍ ଓ ତାଙ୍କ ସ୍ୱାମୀ ମାଇକ୍ ନ୍ୟୁୟର୍କରେ ରୁହନ୍ତି । ସେ ଦୁଇଟି ପୋଷା କୁକୁର ରଖିଛନ୍ତି । ସେମାନେ ହେଲେ ଟକ୍କର ଏବଂ ଟୋଡ୍ । ଟକ୍କର ଗୋଲଡ଼େନ ରେଟ୍ରିଭର ପ୍ରଜାତିର,ଯିଏ ସୋସିଆଲ ମିିଡ଼ିଆରେ ଖୁବ୍ ପ୍ରଭାବଶାଳୀ । କର୍ଟନୀ ଜଣେ ସୋସିଆଲ ଇନ୍‌ଫ୍ଲୁଏନସର ହୋଇଥିବାବେଳେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ୫ ଲକ୍ଷ ଲୋକ ଫଲୋ କରନ୍ତି । କିନ୍ତୁ ଟକ୍କରକୁ ଇନ୍‌ଷ୍ଟାଗ୍ରାମ୍‌ରେ ୩୪ ଲକ୍ଷ ଲୋକ ଫଲୋ କରନ୍ତି । ଟକ୍କରକୁ ଏତେ ଲୋକ ଫଲୋ କରୁଥିବାରୁ କର୍ଟନୀଙ୍କୁ ଏଥିରେ ଫାଇଦା ହୋଇଥାଏ ।

କର୍ଟନୀ ଏକ ସାକ୍ଷାତକାରରେ କହିଛନ୍ତି, ସେ ଆଉ ତାଙ୍କ ସ୍ୱାମୀ ମାଇକ୍ ଟକ୍କର ଜରିଆରେ ବହୁ ଟଙ୍କା ରୋଜଗାର କରୁଛନ୍ତି । ସେ ୟୁଟ୍ୟୁବରେ ଟକ୍କର ଭିଡିଓ ପାଇଁ ୩୩ ଲକ୍ଷରୁ ୪୯ ଲକ୍ଷ ଆଦାୟ କରନ୍ତି । ସେହିପରି ଇନ୍‌ଷ୍ଟାଗ୍ରାମ୍ ପାଇଁ ସେ ୧୬ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ଏହିପରି ତାଙ୍କ ରୋଜଗାର ବର୍ଷକୁ ୮ କୋଟି ହୋଇଯାଏ । ତେବେ କର୍ଟନୀ ପୂର୍ବରୁ ଜଣେ ସୁଇପର ଥିବା ବେଳେ ମାଇକ୍ ଜଣେ ମେକାନିକାଲ ଇଞ୍ଜିନିୟର ଥିଲେ । ୨୦୧୮ରେ ଟକ୍କରର ଜନ୍ମକୁ ୮ ସପ୍ତାହ ହୋଇଥିବାବେଳେ ସେମାନେ ତାକୁ ନିଜ ସହ ନେଇଯାଇଥିଲେ ।

ପରେ ସେମାନେ ଟକ୍କରର ଏକ ଇନ୍‌ଷ୍ଟାଗ୍ରାମ ପେଜ କରିଥିଲେ । ଟକ୍କର ୬ ମାସର ହେବା ବେଳକୁ ତା’ର ପ୍ରଥମ ଭିଡିଓ ସେମାନେ ସେହି ପେଜ୍‌ରେ ପୋଷ୍ଟ କରିଥିଲେ । ସେତେବେଳେ ତାର ୬୦ ହଜାରରୁ ଅଧିକ ଫଲୋଅର୍ସ ଥିଲେ । ଏହାପରେ ଟକ୍କରର ଏକ ଛୁଆ ‘ଟୋଡ୍‌’ ହେଲା । ଟକ୍କରର ଫଲୋୟର୍ସ ବଢିବା ସହ ରୋଜଗାର ମଧ୍ୟ ହେଲା । ଏଥିରେ କର୍ଟନୀ ଏବଂ ମାଇକ୍ ନିଜ ନିଜ ଚାକିରି ଛାଡ଼ିଦେଇ ଟକ୍କର ଏବଂ ଟୋଡ୍‌ର ଯତ୍ନ ନେବାକୁ ଲାଗିଲେ ।

Leave A Reply

Your email address will not be published.