Latest Odisha News

BREAKING NEWS

କୋରାପୁଟ ଟାଉନ ପୋଲିସ ପଞ୍ଝାରେ ୨ ଠକ

କୋରାପୁଟ : କୋରାପୁଟ ଟାଉନ ଥାନା ପୋଲିସ ପଞ୍ଝାରେ ଠକ । ଲୋକଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ଘରୋଇ ଉପକରଣ ଲୋଭ ଦେଖାଇ ଠକୁଥିଲେ ୨ ଜଣ ଯୁବକ। କୋରାପୁଟ ଟାଉନ ଥାନା ପୋଲିସ ଦୁଇଜଣ ଠକ ଯୁବକଙ୍କୁ କାବୁ କରିବା ସହ କୋର୍ଟ ଚାଲଣ କରିଛି। ୨ଟି ମୋବାଇଲ ୧୦ହଜାର ଟଙ୍କା ସହ କିଛି ଘରୋଇ ଉପକରଣ ଜବତ କରିଛି ପୋଲିସ । ସୂଚନା ଅନୁସାରେ ନିମଗାନନ୍ଦ କର ଏବଂ ବିଜୟକୁମାର ପରିହରି ଦୁଇଜଣ ଯୁବକ ଏକ ଲଟେରୀ ଟିକଟ ମାଧ୍ୟମରେ କୋରାପୁଟ ସହରରେ ଘର ଘର ବୁଲି ଲୋକଙ୍କୁ ଠକୁଥିଲେ।

ଏମାନଙ୍କ ଠକମିର ଶିକାର ହୋଇଛନ୍ତି କୋରାପୁଟ ସହରର ଜୁଡିସିଆଲ କଲୋନୀର ବିଜୟ କୁମାର ରାଉତ ଏବଂ କୃତିବାସ ଓଝା। ଏମାନଙ୍କୁ ଲେଟେରୀ ଟିକଟ ସ୍କ୍ରାଚ କରିବାକୁ କହି ଗ୍ରାଇଣ୍ଡର ଏବଂ ଇଣ୍ଡକସନ୍ ଚୁଲା ଲଟରି ଉଠିବ କହି ଏହି ବାବଦରେ ୧୪୫୦୦ ଟଙ୍କା ନେଇଥିଲେ। ଏବଂ ପରବର୍ତ୍ତୀ ସମୟରେ ଟିଭିର ଲୋଭ ମଧ୍ୟ ଦେଖାଇଥିଲେ। ଟିଭି ବାବଦରେ ଫୋନ ପେ ଗୁଗୁଲପେ ରେ ଟଙ୍କା ନେଇ ଜିନିଷ ନଦେଇ ନିଜର ଫୋନ ସୁଇଜ ଅଫ୍ ରଖିଥିଲେ।

ବିଜୟ କୁମାର ରାଉତ ଏବଂ କୃତିବାସ ଓଝା ଜାଣି ପାରିଲେ ଯେ ସେମାନେ ଠକାମୀର ଶ୍ରୀକାର ହୋଇଛନ୍ତି । ଏ ବାବଦରେ ଗତ ୩ ତାରିଖ ଦିନ କୋରାପୁଟ ଟାଉନ ଏକ କେସ ଦାୟର କରିଥିଲେ। କୋରାପୁଟ ଡି.ଆଇ.ଜି . କାର୍ଯ୍ୟଳୟ ପାଖରେ ଏସଡିଓ ଘରେ ଏପରି ଲୋଭ ଦେଖାଇ ଏହି ୨ ଯୁବକ ଠକୁ ଥିବା ସମୟ କୋରାପୁଟ ପୋଲିସ ଧରିବା ସହ ଏମାନଙ୍କଠାରୁ ୨ଟି ମୋବାଇଲ ସହ କିଛି ଘରୋଇ ଉପକରଣ ଜବତ କରିଥିବା କୋରାପୁଟ ଆଇ ଆଇସି ଧିରେନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.