Latest Odisha News

BREAKING NEWS

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍ ରିଜର୍ଭରେ ଏହି ଘଟଣା ଘଟିଥିଲାବେଳେ କିଛି ପ୍ରଶିକ୍ଷାର୍ଥୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ହାତୀ ଆକ୍ରମଣରେ ସମସ୍ତ ପ୍ରଶିକ୍ଷାର୍ଥୀ ବର୍ତ୍ତିଯାଇଥିଲାବେଳେ ସଫାରୀ ଜିପ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଲୋମଟାଙ୍କୁରା ଘଟଣାକୁ ଜଣେ ପ୍ରଶିକ୍ଷାର୍ଥୀ ମୋବାଇଲରେ କଏଦ କରିବାକୁ ସକ୍ଷମ ହୋଇଥିଲେ ।

ଇକୋ ଟ୍ରେନିଂ ବିଭାଗ ଅନୁଯାୟୀ ଏହି ସମୟରେ ସମ୍ଭୋଗ ଋତୁରେ ହାତୀମାନେ ଅତ୍ୟଧିକ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଥାନ୍ତି । ପ୍ରଶିକ୍ଷାର୍ଥୀମାନେ ଜଙ୍ଗଲରେ ଯାଉଥିବା ସମୟରେ ସେମାନଙ୍କୁ ବିପଦ ମନେ କରି ଗୋଟିଏ ଅଣ୍ଡିରା ହାତୀ ଆକ୍ରମଣ କରିଥିଲା ।

Leave A Reply

Your email address will not be published.