Latest Odisha News

BREAKING NEWS

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ: ଏଏସଆଇ ସମେତ ୪ ଗିରଫ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରେ ପୋଲିସ କରୁଥିଲା ସହଯୋଗ । ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ପୋଲିସ ଏଏସଆଇ ଗିରଫ । ମାଲକାନଗିରି ଜିଲ୍ଲା ମାଥିଲି ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ ହୋଇଛନ୍ତି ।

ପଡ଼ୋଶୀ ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ମାଫିଆଙ୍କୁ ଏଏସଆଇ ଜୟଦାଶ ଖରା ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଗଞ୍ଜେଇ ମାଫିଆଙ୍କ ପାଖରୁ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି । ୧୦ହଜାର ଟଙ୍କା, ଗୋଟିଏ ଲାପଟପ୍ ଓ ଦୁଇଟି ମୋଟର ସାଇକେଲ୍ ଜବତ ହୋଇଛି ।

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଏଏସଆଇ ଜୟଦାଶ ଖରାଙ୍କ ସଂପୃକ୍ତି ଅଭିଯୋଗରେ ମାଲକାନଗିରି ପୋଲିସ ଗୋଟିଏ ସ୍ପେଶାଲ୍ ସ୍କ୍ୱାଡ୍ ଗଠନ କରିଥିଲା । ଗିରଫ ୪ ଅଭିଯୁକ୍ତ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଅଧିକ ଖୋଳତାଡ ଚଳାଇଛି ମାଲକାନଗିରି ପୋଲିସ ।

Comments are closed, but trackbacks and pingbacks are open.