Latest Odisha News

BREAKING NEWS

ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୭ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ ସୀମାନ୍ତ ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଛତିଶଗଡରେ ଦିନକୁ ଦିନ ନକ୍ସଲ ଆତଙ୍କ ବଢିବାରେ ଲାଗିଛି । ଏନେଇ ସିଆରପିଏଫ, ଡିଆରଜି ଓ ଏସଟିଏଫ ଯବାନଙ୍କ ଦ୍ବାରା ଆଣ୍ଟି-ନକ୍ସଲ ଅପରେସନ୍ ଆରମ୍ଭ ହୋଇଛି । ଛତିଶଗଡ଼ ସୀମାନ୍ତ ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ଆଣ୍ଟି-ନକ୍ସଲ ଅପରେସନ୍ ଚାଲିଥିବା ବେଳେ ମାଓବାଦୀ ଗୁଳିତାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀ ଗୁଳିଚାଳନା କରିବାରୁ ଘଟଣାସ୍ଥଳରେ ୭ ମାଓବାଦୀ ନିହତ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା। ଏହାସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Leave A Reply

Your email address will not be published.