Latest Odisha News

BREAKING NEWS

ବିଜେପିରେ ମିଶିଲେ ଜିତୁ ମିତ୍ର

ଭୁବନେଶ୍ବର: ବିଜେପିରେ ମିଶିଲେ ଜିତୁ ମିତ୍ର । ବିଜେପି ରାଲି ବେଳେ ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର । ରୋଚକ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ରାଜନୀତିରେ । ବିଜେପି ରାଲି ବେଳେ ବିଜେଡି ବିଧାୟକ ଜିତୁ ମିତ୍ର ବିଜେପିରେ ସାମିଲ ହୋଇଛନ୍ତି । ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି ଜିତୁ ମିତ୍ର । ଏଥର ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡି ଟିକେଟ୍ ଦେଇନାହିଁ ।ତେଣୁ ସେ ଅସନ୍ତୁଷ୍ଟ ଥିଲେ । ତେବେ ଆଜି ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ ଏବଂ ଶେଷ ମୁହୂର୍ତ୍ତରେ ଜିତୁ ମିତ୍ର ହଠାତ୍ ବିଜେପି ରେ ମିଶିଛନ୍ତି ।

ଯାହାକୁ ନେଇ ଭୁବନେଶ୍ବର ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଜିତୁ ମିତ୍ର ଏବେ ଦଳରେ ମିଶିବା ପରେ ଖୋର୍ଦ୍ଧା ବିଜେପି ଅଧିକ ଶକ୍ତିଶାଳୀ ହେବ । ସେହିପରି  ଜିତୁ ମିତ୍ର  କହିଛନ୍ତି ଦେଶ ଏବଂ ରାଜ୍ୟର ବିକାଶ ପାଇଁ ବିଜେପି ହେଉଛି ଏକମାତ୍ର ଦଳ । ଏଥର ଓଡିଶାରେ ବିଜେପି ସରକାର ହେବ । ସେପଟେ ଜିତୁ ମିତ୍ରଙ୍କ ବିଜେପିରେ ମିଶିବା ବିଜେଡିକୁ ଏକପ୍ରକାର ଝଟକା ଲାଗିଛି ।

ସୂଚନା ଅନୁସାରେ ଜିତୁ ମିତ୍ର ତିନି ଥର ଖୋର୍ଦ୍ଧା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।ପ୍ରଥମେ ସେ ୨୦୦୦ ମସିହାରେ ସ୍ୱାଧିନ ଭାବେ ନିର୍ବାଚିତ ହୋଇଥିଲେ । ପରେ ବିଜେଡି ଟିକେଟରୁ ୨୦୦୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ ।ଏହାପରେ ୨୦୧୯ରେ ସେ ଖୋର୍ଦ୍ଧା ବିଧାନସଭା ଆସନରୁ ପୁଣି ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିଲେ ।

Leave A Reply

Your email address will not be published.