ଭୁବନେଶ୍ୱର : ବାଲିଅନ୍ତା ପୋଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ରାଜଧାନୀ ଉପକଣ୍ଠ ତଥା ବାଲିଅନ୍ତା ଥାନା ଟୋଲକପଡା ନିକଟରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲିଥିଲା ଜୁଆଆଡ୍ଡା । ପୋଲିସ ଖବର ପାଇ ଚଢ଼ାଉ କରିବା ସହ ୮ ଆୟୋଜକ, ଗ୍ରାହକଙ୍କ ସହିତ ୬ଟି ମୋବାଇଲ ଫୋନ, ତିନୋଟି ମଟର ସାଇକେଲ, ନଗଦ ୬୦ ହଜାର ଟଙ୍କା ସମେତ ସୁନା ମୁଦି ପୋଲିସ ଜବତ କରିଛି ।
ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଗୋତଲ ଗ୍ରାମର ଦୁଇଜଣ କାଳନ୍ଦି ପ୍ରଧାନ ଏବଂ ଅନାମ ନାଥ । ସେହିପରି ଭିଙ୍ଗାରପୁର ଗାଁର ଶଙ୍କର ସାହୁ,ବାରିଲୋ ଗାଁର କାସିନାଥ ପାଲ, ଓ ସୁଶାନ୍ତ ମଲିକ,ଟୋଲକପଡାର ପ୍ରଣବ ସିଂଦେଓ, ଇନ୍ଧରା ଗାଁର ପ୍ରମୋଦ କୁମାର ରାଉତ ଏବଂ ବଡଗଡ ଅଞ୍ଚଳର ଅଜୟ କୁମାର ଜେନା ପ୍ରମୁଖଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ବେଆଇନ ଜିନିଷ ଜବତ କରିଛି ।
ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
Comments are closed.