Latest Odisha News

BREAKING NEWS

ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣର ମାତ୍ରା

ଭୁବନେଶ୍ବର : ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣ ମାତ୍ରା । ଗତକାଲି ରାତି ୧ଟାରେ ପ୍ରଦୂଷଣର ମାତ୍ରା ରେକର୍ଡ ଛୁଇଁଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣର ମାତ୍ରା ୯୯୯ ଥିବାବେଳେ ପଟିଆ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ୬୭୬ ଥିଲା । ସେହିପରି କଟକରେ ରାତି ୧ଟାରେ ପ୍ରଦୂଷଣର ସ୍ତର ୮୮୨ ଥିଲା ।

ଚଳିତବର୍ଷ ବାଣଫୁଟାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଯେପରିକି ଖୋଲାସ୍ଥାନରେ ଲୋକମାନେ ସବୁଜ ବାଣ ଫୁଟାଇବେ । ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ରହିଥିଲା । ରାତି ୧୦ଟା ପରେ କେହି ବାଣ ଫୁଟାଇପାରିବେ ନାହିଁ ବୋଲି ସୂଚନା ରହିଥିଲା । ହେଲେ ଗତକାଲି କଟକ , ଭୁବନେଶ୍ବରରେ ପ୍ରଦୂଷଣର ମାତ୍ରା ରେକର୍ଡ ଛୁଇଁଥିଲା ।

Leave A Reply

Your email address will not be published.