Latest Odisha News

BREAKING NEWS

କର୍ପୋରେଟ୍ ଟିକସ ହ୍ରାସ ନେଇ ଏଭଳି ମନ୍ତବ୍ୟ ଦେଲେ ମୋଦୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ୍ ଟିକସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫ୍ୟାକ୍ଟଚରିଂ କମ୍ପାନୀମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯାଇଛି । କେହିକେହି ଏହାକୁ ବିଗତ ୩ ଦଶନ୍ଧୀ ମଧ୍ୟରେ ଏକ ବଡ ଆର୍ଥୀକ ସଂସ୍କାର ବୋଲି କହୁଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କର୍ପୋରେଟ୍ ଟିକସ ହ୍ରାସକୁ ଏକ ଐତିହାସିକ ଘଟଣା କହିଛନ୍ତି ।

ଆହୁରି ମଧ୍ୟ ଏହାଦ୍ୱାରା ‘ମେକ ଇନ୍ ଇଣ୍ଡିଆ’ର ଚାହିଦା ବଢିବ ଏବଂ ସାରା ଦେଶରେ ଘରୋଇ ନିବେଶ ଲାଗି ଏହା ସମସ୍ତଙ୍କୁ ଆକର୍ଷିତ କରିବ । ଏହାବ୍ୟତିତ ଅଧିକ ଚାକିରି ସମ୍ଭାବନା ସୃଷ୍ଟି ହେବ ଏବଂ ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ଏକ ବିଜୟ ସଦୃଶ୍ୟ ।

ଉଲ୍ଲେଖଯୋଗ୍ୟ, ଏହି ଟିକସ ହ୍ରାସ ଫଳରେ ଭାରତର କର୍ପୋରେଟ୍ ଟାକ୍ସ ବ୍ୟବସ୍ଥା ବର୍ତ୍ତମାନ ସମୟରେ ଦକ୍ଷିଣ-ପୂର୍ବ ଏସିଆର ଅର୍ଥନୀତି ଗୁଡିକ ସହିତ ସମାନ ହୋଇପାରିବ । ଯାହାଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରାୟ ୨ ହଜାର ପଏଣ୍ଟ ବୃଦ୍ଧି ପାଇ ୩୮ ପଏଣ୍ଟ ଉପରକୁ ଏବଂ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୫୮୧ ପଏଣ୍ଟ ବୃଦ୍ଧି ପାଇ ୧୧,୩୦୦ ପଏଣ୍ଟ ଛୁଇଁଛି ।

ଏହାକୁ ନେଇ ଶିଳ୍ପ ଜଗତ ଓ ବଜାରରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି ।

ତେବେ ସରଚାର୍ଜ ଓ ସେସ୍ ମିଶିବା ପରେ ଇଫେକ୍ଟିଭ ଟିକସ ହାର ଯଥାକ୍ରମେ ୨୫.୧୭% ଓ ୧୭.୦୧% ରହିବ ବୋଲି ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.