Latest Odisha News

ପୋଷ୍ଟମ୍ୟାନଙ୍କୁ ମହଙ୍ଗା ପଡ଼ିଲା ଚିଠି ଲୁଚାଇବା; ବାଣ୍ଟିବେ ୧୬ବର୍ଷର ୨୪ ହଜାର ଚିଠି !

ଟୋକିଓ: ଜାପାନର ଏକ ଦାୟିତ୍ୱହୀନ ଓ ମଜାଦାର କଥା ସାମ୍ନାକୁ ଆସିଛି । ଜଣେ ୬୧ ବର୍ଷୀୟ ପୋଷ୍ଟମ୍ୟାନ ଦୀର୍ଘ ୧୬ ବର୍ଷ ହେବ ଚିଠି ନ ବାଂଟି ଘରେ ରଖି ଦେଉଥିଲେ । ଏହା ଜଣା ପଡିବା ପରେ ନିର୍ଦ୍ଦେଶକ୍ରମେ ତାଙ୍କୁ ୨୪୦୦୦ ବକେୟା ଚିଠି ବାଂଟିବାକୁ କୁହାଯାଇଛି ।

ସେ ମଧ୍ୟ ନିଜ ଭୁଲ ସ୍ୱୀକାର କରି ଏହାକୁ ବାଂଟିବା ପାଇଁ ରାଜି ହୋଇଛନ୍ତି । ୟାକୋହୋମା ପୋଷ୍ଟ ଅଫିସରେ ଏହି ବ୍ୟକ୍ତି କାର୍ଯ୍ୟ କରିଥାନ୍ତି । ଚିଠି ବାଂଟିବା କାର୍ଯ୍ୟ ତାଙ୍କୁ ଅପମାନ ବୋଧ ହେବାରୁ ସେ ଏହାକୁ ନେଇ ଘରେ ରଖି ଦିଅନ୍ତି ।

୨୦୧୭ରୁ ୨୦୧୯ ମଧ୍ୟରେ ୧୦୦୦ ଚିଠି ପାଇ ନ ଥିବା ନେଇ ଲୋକଙ୍କ ଅଭିଯୋଗ ଆସିବା ପରେ ତାଙ୍କ ଘର ତଦାରଖ କରା ଯାଇଥିଲା । ଘରେ ଉପରୋକ୍ତ ଚିଠି ରହିଥିଲା । ମୁଁ ମୋ ଦୋଷ ସ୍ୱୀକାର କରୁଛି ବୋଲି ଏହି ପୋଷ୍ଟମ୍ୟାନ ଜଣକ କହିଛନ୍ତି ।

ଯଦି ପୋଷ୍ଟମ୍ୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାହେଲେ ତାଙ୍କୁ ୩ ଲକ୍ଷ ଟଙ୍କା ଓ ୩ ବର୍ଷ ଜେଲ୍ ହୋଇପାରେ ।

Leave A Reply

Your email address will not be published.