Latest Odisha News

ଇଣ୍ଟରନେଟର କରିସ୍ମା; ଜାଣନ୍ତୁ, ୧ ମିନିଟରେ ସୋସିଆଲ୍ ମିଡ଼ିଆର କରାମତିି !

ଭୁବନେଶ୍ୱର: ଏବେ ଇଂଟରନେଟରେ ଯୁଗ । ସମସ୍ତେ ଏବେ ଏଥିରେ ମାତିଛନ୍ତି । ତେବେ ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଇଂଟରନେଟରେ ଗୋଟିଏ ମିନିଟରେ କ’ଣ କ’ଣ ହେଉଛି ।

ଫୋନ ମାଧ୍ୟମରେ ବହୂଳ ବ୍ୟବହାର ହେଉଥିବା ହ୍ୱାଟସଆପରେ ୧ମିନିଟରେ ୪.୧ କୋଟି ଟଙ୍କାର ମେସେଜ ପଠାଯାଏ । ୨୦୧୯ ଡିସେମ୍ବର ୩୧ ରାତିରେ ସର୍ବାଧିକ ମେସେଜ ପଠାଯାଇଥିଲା ।

ସେହିପରି ୟୁଟ୍ୟୁବରେ ପାଖାପାଖି ୪୫ ଲକ୍ଷ ଭିଡିଓ ଦେଖାଯାଉଛି । ଏବେ ଗୀତ ଶୁଣିବା ପାଇଁ ୟୁଟ୍ୟୁବର ବ୍ୟବହାର କରୁଛନ୍ତି । ସର୍ଚ୍ଚ ଇଞ୍ଜିନ ଗୁଗଲରେ ୩୮ ଲକ୍ଷ ତଥ୍ୟ ସର୍ଚ୍ଚ କରାଯାଉଛି । ସେହିପରି ଇନଷ୍ଟ୍ରାଙ୍ଗାମରେ ୨୭୭୭୭୭ ଫଟୋ ଅପଲୋଡ ହୋଇଥାଏ ।

ସୂଚନାଯୋଗ୍ୟ ଫେସବୁକ୍ ୨୦୧୨ରେ ଇନଷ୍ଟ୍ରାଙ୍ଗ୍‌ାମକୁ କିଣି ନେଇଥିଲା । ଗୁଗୁଲ ପ୍ଲେ ଓ ଏପଲର ଆପ ଷ୍ଟୋରରେ ପ୍ରତି ମିନିଟରେ ୩୯୦୦୦ ଆପ ଡାଉନଲୋଡ କରାଯାଇଥାଏ । ଟୁଇଟରରେ ୫୧୧୨୦୦ ଟୁଇଟ ଗୋଟିଏ ମିନିଟରେ ହୋଇଥାଏ । ବେଶି ଟୁଇଟ ସାମାଜିକ କାର୍ଯ୍ୟକ୍ରମ ଓ ରାଜନୀତି ଗତିବିଧି ଉପରେ ହୋଇଥାଏ । ନେଟଫ୍ଲିକ୍ସରେ ୬୯୪୪୪୪ ଭିଡିଓ ଦେଖାଯାଇଥାଏ ।

ଭାରତରେ ୨୦୧୬ରେ ଲଂଚ ହେବା ପରେ ଏହାର ଲୋକପ୍ରିୟତା ମାତ୍ରାଧିକ ବୃଦ୍ଧି ପାଇଛି । ସେହିପରି ଅନଲାଇନ ସପିଂରେ ୧୦ ଲକ୍ଷ ଡଲାରର ବ୍ୟାପାର ୧ ମିନିଟରେ ହୋଇଥାଏ । ଜିଫିରେ ୪୮ ଲକ୍ଷ ଜିଫ ତିଆରି କରାଯାଇଥାଏ ।

ହ୍ୱାଟସଅପ ଓ ଜିଫ ଏକତ୍ର ହେବା ପରେ ଏହାର ଲୋକପ୍ରିୟତା ଆଶାନୁରୂପ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଜିଫି ଏକ ମିଡିଆ ଫାଇଲ ଏବଂ ଏଥିରେ କୌଣସି ଅଡିଓ ନ ଥାଏ ।

Leave A Reply

Your email address will not be published.