Latest Odisha News

BREAKING NEWS

ଓଡ଼ିଶାରେ ୨୮ରୁ ବର୍ଷା; ସତର୍କତା ଅବଲମ୍ବନ ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଶୀତ ପ୍ରବାହ ଲାଗି ଶନିବାର ଦିନ ରାଜ୍ୟର ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ରବିବାର ଦିନ ୩ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଆଇଏମଡ଼ି ସୂତ୍ରରୁ ଜଣାପଡ଼ିଛି ।

ଆସନ୍ତା ୨୮ ତାରିଖରେ ଓଡ଼ିଶାର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବାର ସୂଚନା ହସ୍ତଗତ ହୋଇଛି । ସେହି ୯ଟି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ।

ସେହିପରି ଭାବେ ୨୯ ତାରିଖ ଦିନ ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଇତିିମଧ୍ୟରେ ରାଜ୍ୟ ସରକାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ପାଣିପାଗ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗର ପୂର୍ବାନୁମାନକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ଶୀତ ଲହରୀ ଜାରି ରହିଥିବା ବେଳେ ସମସ୍ତ ନିରାଶ୍ରୟଙ୍କ ଲାଗି ଆଶ୍ରୟସ୍ଥଳୀ, ସ୍କୁଲଗୃହ ଏବଂ ଗ୍ରାମ ପଞ୍ଚାୟତ ଅଫିସ ଖୋଲା ରଖିବାକୁ ଏହି ଜିଲ୍ଲାପାଳମାନଙ୍କ୍‌ୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.