Latest Odisha News

BREAKING NEWS

ଡଙ୍କି ନା ସାଲାର , କିଏ କରିବ ବକ୍ସ ଅଫିସରେ ରାଜ୍ ?

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏଇ ଗୋଟିଏ ସପ୍ତାହରେ ହଲ୍‌କୁ ଆସିଲା ୨୦୨୩ ବର୍ଷର ଦୁଇଟି ବଡ଼ ବଲିଉଡ୍ ସିନେମା। ଗତକାଲି ବଲିଉଡ୍ ସୁପରଷ୍ଟାର ଶାହରୁଖ୍‌ ଖାଁଙ୍କ ‘ଡଙ୍କି’ ରିଲିଜ୍‌ ହୋଇଥିବାବେଳେ ଆଜି  ଦିନକ ରିଲିଜ୍‌ ହୋଇଛି ଦକ୍ଷିଣ ଭାରତୀୟ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’। ଫିଲ୍ମ ଦୁଇଟି ପାଇଁ ଲୋକଙ୍କ ଭିତରେ ଖୁବ୍ ଆଗ୍ରହ ରହିଛି। ତେବେ ଏକ ସମୟରେ ଦୁଇଟି ଫିଲ୍ମ ରିଲିଜ୍ ହେଉଥିବାରୁ ଦର୍ଶକ ଭାଗ ହୋଇଯିବାର ଆଶଙ୍କା ରହିଛି। ଶାହରୁଖ୍ ଓ ପ୍ରଭାସଙ୍କ ଖ୍ୟାତି ଦୃଷ୍ଟିରୁ ଏହାକୁ ଭାରତୀୟ ଫିଲ୍ମ ଜଗତର ଏକ ବଡ଼ ଲଢ଼େଇ ବୋଲି କୁହା ଯାଉଛି।

ସାଲାର ଫିଲ୍ମରେ ପ୍ରଭାସଙ୍କ ଆକ୍ସନ୍ ଓ ଦମଦାର ଡାଇଲଗ୍ ଦେଖିବା ପାଇଁ ଫ୍ୟାନ୍ସ ମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ  ।  ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ, ଜଗପତି ବାବୁ, ଟିନୁ ଆନନ୍ଦ ଏବଂ ଶ୍ରୀୟା ରେଡ୍ଡୀ ଏହି ଫିଲ୍ମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି  । ପ୍ରଭାସଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ବେଶ୍ କିଛି ଦିନ ରାଜ କରିବ ବୋଲି ଆଶା କରାଯାଉଛି । ସକାଳୁ ସକାଳୁ ଆଜି ପ୍ରଭାସଙ୍କ ପ୍ରଶଂସକମାନେ ସିନେମା ହଲ ଆଗରେ ଭିଡ ଜମାଇବା ସହିତ ସାଲାର ବ୍ଲକବଷ୍ଟର ହେବ ବୋଲି କହିଛନ୍ତି। ସମଗ୍ର ଭାରତରେ ଏହି ଫିଲ୍ମଟି ପ୍ରାୟ ୯୫ କୋଟି ଟଙ୍କା ରୋଜଗାର କରିବ ବୋଲି ପୂର୍ବାନୁମାନ କରାଯାଉଛି।

Leave A Reply

Your email address will not be published.