Latest Odisha News

BREAKING NEWS

ଉପାନ୍ତର ଗୌରବ ଗୁପ୍ତେଶ୍ଵର: ମାତ୍ର ୨୬ବର୍ଷ ବୟସରେ IIT ଖଡଗପୁରରୁ ଡକ୍ଟରେଟ ସମ୍ମାନରେ ସମ୍ମାନିତ

ନୂଆପଡା: କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆସେ ।  ଦୃଢ ଇଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ  । ଏମିତି କିଛି  ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଉପାନ୍ତ ଦମାପଲା ଗାଁର ୨୬ ବର୍ଷୀୟ ଯୁବକ ଗୁପ୍ତେଶ୍ଵର ।  କମ ବୟସ ଓ ଏକ ଗରୀବ ପରିବାରରେ ଶିକ୍ଷା କୁ ପ୍ରାଧାନ୍ୟ ଦେଇ IIT ଖଡ଼ଗପୁର ରୁ ଡକ୍ଟରେଟ ସମ୍ମାନ ରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ନିଜ ଗାଁ ପାଖ ଚିନ୍ଦାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିଲେ ଗୁପ୍ତେଶ୍ବର  ।

ପ୍ରାଥମିକ ଶିକ୍ଷା ପରେ ଖଡ଼ିଆଳ ଶିଶୁ ମନ୍ଦିର ରୁ ମାଟ୍ରିକ ଓ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥଶାସ୍ତ୍ର ରେ ସ୍ନାତକ ସାରି ରେଭେନ୍ସା ବିଶ୍ୱିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ । ଏହି ସମୟରେ ୟୁ.ଜି.ସି ତରଫରୁ ଜେ.ଆର.ଏଫ୍. ଭାବରେ ମନୋନୀତ ହୋଇଥିଲେ । ଏହି ସଫଳତା ତାଙ୍କୁ ଗବେଷଣା କରିବା ନିମନ୍ତେ ପ୍ରେରିତ ଓ ମାର୍ଗ ପ୍ରଶସ୍ତ କରିଥିବା କହିଛନ୍ତି ଗୁପ୍ତେଶ୍ଵର  ।  ସେପଟେ ଗୁପ୍ତେଶ୍ବରଙ୍କ ବାପା କହିଛନ୍ତି ନିଜ ପୁଅ ଝିଅ ଙ୍କ ଇଚ୍ଛା କୁ ଗୁରୁତ୍ୱ ଦେଇ ପାଠ ପଢାର ଆଗ୍ରହ ନଭାଙ୍ଗିଲେ ନିଶ୍ଚିତ ଭାବେ ପୁଅ ଝିଅ ମାନେ ସଫଳ ହେବେ ସେଥିରେ କୌଣସି ସନ୍ଦେହ ନାହିଁ  ।

ସେପଟେ ଗୁପ୍ତେଶ୍ବରଙ୍କ ସଫଳତା ପରେ ଦମାପଲା ଗାଁ ଠାରୁ ନେଇ କୋଶଳେଶ୍ୱର ମାଲି ସମାଜ ପର୍ଯ୍ୟନ୍ତ ସବୁଠି ଉତ୍ସାହ ର ଲହରୀ ଖେଳି ଯାଇଥିଲା । ଗ୍ରାମବାସୀମାନେ ଗାଁ ରେ ଘଣ୍ଟ ବାଦ୍ୟ ସଂର୍କୀତ୍ତନ କରି ଫୁଲ ଚନ୍ଦନ ଲଗାଇ ଗାଁରେ ଏକ ଶୋଭାଯାତ୍ରା କରି ଗୁପ୍ତେଶ୍ବରଙ୍କୁ ସ୍ୱାଗତ କରିଛନ୍ତି  । ଆଇଆଇଟି ଖଡ଼ଗପୁର ରୁ ଡକ୍ଟରେଟ ସମ୍ମାନ ରେ ସମ୍ମାନିତ ହେବା କେବକ ଦମାପଲା , ଖଡ଼ିଆଳ ନୁହେଁ ନୂଆପଡା ଜିଲ୍ଲା ସମେତ ଆଖପାଖ ଅଂଚଳ ପାଇଁ ଗର୍ବର ମୁହୁର୍ତ୍ତ  । ଏଭଳି ସଫଳତା ସ୍ଥାନୀୟ ଛାତ୍ରଛାତ୍ରୀ ଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ  ହେବ ।  ଏହି ଅବସର ରେ ଓଡିଶା ସମ୍ବାଦ ମଧ୍ୟ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।

Leave A Reply

Your email address will not be published.