Latest Odisha News

ଗୋଟିଏ ଦିନରେ ଡ଼ବଲ ଧମାକା: ଶାହରୁଖ୍ ଓ ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ମୁମ୍ବାଇ: ବଲିଉଡ଼ର କିଙ୍ଗ୍‌ଖାନ୍ ଶାହାରୁଖ ଖାନ୍ ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ଚଳିତ ବର୍ଷ ଖ୍ରୀଷ୍ଟମାସ ସପ୍ତାହରେ ରିଲିଜ୍ ହେବାକୁ ଯାଉଛି । ଠିକ୍ ସେହି ସମୟରେ ଶାହରୁଖଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ବି ଆସୁଛି । ଏହି ଫିଲ୍ମ ଗୋଟିଏ ଦିନରେ ରିଲିଜ୍ କରିବାକୁ ଏହାର ନିର୍ମାତାମାନେ ନିଷ୍ପତ୍ତି ନେଇଛନ୍ତି । ତେଣୁ ଉକ୍ତଦିନ ଚଳଚ୍ଚିତ୍ର ଇତିହାସରେ, ସର୍ବାଧିକ ଓପନିଂ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଦିନରେ ଦୁଇ ସୁପରଷ୍ଟାରଙ୍କ ଫିଲ୍ମ ରିଲିଜ୍ ହେବାକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ।

ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍େଟମ୍ବର ୨୮ରେ ରିଲିଜ୍ ହେବାର ଥିଲା, କିନ୍ତୁ ତାହା ଏବେ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ ବୋଲି ଜଣାଯାଇଛି । ଫିଲ୍ମର ନିର୍ମାତା ହୋମ୍ବଲେ ଫିଲ୍ମସ୍ ଏକ ନୂତନ ପୋଷ୍ଟର ସହିତ ଏହି ରିଲିଜ୍ ତାରିଖ ବିଷୟରେ ଘୋଷଣା କରିଛି । ଉଭୟ ‘ଡିଙ୍କି’ ଏବଂ ‘ସାଲାର’ ବହୁତ ବଡ଼ ବଜେଟ୍‌ର ଫିଲ୍ମ୍ର ।

Leave A Reply

Your email address will not be published.