Latest Odisha News

BREAKING NEWS

ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଦିପୁରଷ ଫିଲ୍ମର ଶେଷ ହେଲା ଶୁଟିଂ

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଦିପୁରୁଷ ଫିଲ୍ମର ଶୁଟିଂ ଶେଷ ହୋଇଛି । ନିର୍ଦ୍ଦେଶକ ଓମ ରାଉତ ଏହାର ଘୋଷଣା କରିବା ସହ ସମ୍ପୂର୍ଣ୍ଣ ଟିମ ସହ ଫଟୋ ଶେୟାର କରିଛନ୍ତି । ଆସନ୍ତା ବର୍ଷ ଅଗଷ୍ଟ ୨୨ରେ ଏହି ଫିଲ୍ମ ରିଲିଜ ହେବ । ପ୍ରଭାସଙ୍କ ସହ ସୈଫ ଅଲୀ ଖାଁ ଓ କ୍ରିତି ସାନନ ଅଭିନୟ କରିଛନ୍ତି । ପ୍ରଭାସ ଭଗବାନ ଶ୍ରୀରାମ, କ୍ରିତି ଦେବୀ ସୀତା ଏବଂ ସୈଫ ରାବଣଙ୍କ ଭୂମିକା କରୁଛନ୍ତି ।

୪୦୦ କୋଟି ବ୍ୟୟବହୂଳ ବଜେଟରେ ନିର୍ମିତ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡରେ ଏକା ସମୟରେ ରିଲିଜ ହେବ । ସମସ୍ତ ଅଭିନେତାଙ୍କ ସହଯୋଗୁ ଯୋଗୁ ଫିଲ୍ମର ଶୁଟିଂ ମାତ୍ର ୧୦୩ ଦିନରେ ଶେଷ ହୋଇପାରିଛି ବୋଲି ଓମ ରାଉତ କହିଛନ୍ତି ।

Leave A Reply

Your email address will not be published.