Latest Odisha News

BREAKING NEWS

ଜୁନିଅର ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା: ସ୍ଥାନ ପାଇଲେ ୩ ଓଡିଆ ଖେଳାଳୀ

ଭୁବନେଶ୍ୱର : ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଦଳର ତାଲିକା ଘୋଷଣା କରାଯାଇଛି । ପୁରୁଷ ଜୁନିଅର ହକି ବିଶ୍ୱକପ ପାଇଁ ଏଫଆଇଏଚ ମୋଟ୍ ୧୮ ଜଣ ଖେଳାଳୀଙ୍କ ନାଁ ଘୋଷଣା କରିଛି । ଏଥିରେ ୩ ଜଣ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି। ଓଡ଼ିଶାର ଅଭିଶେଖ ଲାକ୍ରା,ସୁଦୀପ ଚିର୍ମାକୋ,ସୁନୀଲ ଜୋଜୋ ଏହି ଟିମରେ ସ୍ଥାନ ପାଇଛନ୍ତି ।ଜୁନିୟର ହକି ବିଶ୍ୱ କପ୍‌ ପାଇଁ ବିବେକ ସାଗରଙ୍କୁ ଭାରତୀୟ ଦଳର ଅଧିନାୟକ ,ସଞ୍ଜୟଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ।ପ୍ରଥମ ମ୍ୟାଚରେ ଭାରତ ଓ ଫ୍ରାନ୍ସକୁ ଭେଟିବ ବୋଲି ଜଣାପଡ଼ିଛି।୨୫ ତାରିଖରେ ଭାରତୀୟ ଟିମ୍ କାନାଡା ଓ ୨୭ ତାରିଖରେ ପୋଲାଣ୍ଡ କୁ ଭେଟିବ ଭାରତୀୟ ଦଳ ।ମୋଟ୍ ୧୬ ଟି ଏହି ହକି ଜୁନିଅର ବିଶ୍ୱକପରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.