Latest Odisha News

BREAKING NEWS

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ ।

ମେଗା ବଜେଟ୍ ମୁଭିରେ ଅମିତାଭ ଓ ପ୍ରଭାସଙ୍କ ସହ ଅଭିନୟ କରିବେ ଦୀପିକା ପାଦୁକୋନ । ଫିଲ୍ମର ଟାଇଟଲ୍ ସ୍ଥିର ହୋଇନଥିଲାବେଳେ ଖୋଦ ପ୍ରଭାସ୍ ଏକ ଟିଜର ଜରିଆରେ ଫିଲ୍ମରେ ଅମିତାଭ ଅଭିନୟ କରିବା ନେଇ ସୂଚନା ଦେଇଛନ୍ତି । ଏପରିକି ମେଗାଷ୍ଟାରଙ୍କ ସହ ଅଭିନୟ କରିବାର ତାଙ୍କ ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବା ନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

ନିର୍ଦ୍ଦେଶନା ଭାର ନାଗ୍ ଅଶ୍ୱୀନ ସମ୍ଭାଳୁଥିବାବେଳେ ସାଇଣ୍ଟିକ୍ ଫିକ୍ସନ୍ ଥିମ ଉପରେ ଫିଲ୍ମଟି ନିର୍ମାଣ ହେବ । ଯେଉଁଥିରେ ଟାଇମ୍ ଜୋନ ଓ ଟାଇମ୍ ମେସିନ୍ ଭଳି କାହାଣୀ ମଧ୍ୟ ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ୟୁରୋପରେ ହେବ । ବୈଜୟନ୍ତୀ ମୁଭିସ୍ ବ୍ୟାନର ତଳେ ଏହି ଫିଲ୍ମର ନିର୍ମାଣ ବଜେଟ୍ ୪୦୦ କୋଟି ଟଙ୍କା ରହିଛି ।

ଆଗାମୀ ଦିନରେ ପ୍ରଭାସ୍‌ଙ୍କୁ ଫିଲ୍ମ ରାଧେ ଶ୍ୟାମରେ ଦେଖିବାକୁ ମିଳିବ । ଏଥିରେ ପୂଜା ହେଗଡେ, ସଚ୍ଚିନ ଖେଡକର, ମୁରଲି ଶର୍ମା, ଭାଗ୍ୟଶ୍ରୀ, କୁନା ଲରୟ କାପୁର ଓ ପ୍ରିୟଦର୍ଶୀଙ୍କ ଭଳି ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ ମୈନେ ପ୍ୟାର କିୟା ଫେମ୍ ଅଭିନେତ୍ରୀ ଭାଗ୍ୟଶ୍ରୀ ବହୁଦିନର ବ୍ୟବଧାନ ପରେ ବଡ ପରଦାକୁ ଫେରିଛନ୍ତି ।

Leave A Reply

Your email address will not be published.