Latest Odisha News

BREAKING NEWS

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ଭୁବନେଶ୍ଵର: ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଉଭୟ ବାପ-ପୁଅଙ୍କୁ ଇଡି ସମନ ପଠାଇଥିଲା । କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୮ଘଣ୍ଟା ଧରି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଜେରା କରିଥିଲା ଇଡି । ଆଜି ସେହି ମାମଲାରେ ପୁଅ ପ୍ରୟାସକାନ୍ତି ମଧ୍ୟ ଇଡିରେ ହାଜର ହେଇଛନ୍ତି ।

BjdElectrycity

ଖବର ଅନୁଯାୟୀ, ଗତ ଫେବୃଆରୀ ୧୫ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସ ଭବନ ସମେତ ୧୦ଟି ସ୍ଥାନରେ ଚଢାଉ କରିଥିଲା ଇଡି । ଭଦ୍ରକ ସହରର ୪ଟି ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଇଡି ରେଡ୍‌ କରିଥିଲା । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଏହି ରେଡ୍ ଚାଲିଥିଲା । ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା । ସେହିପରି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଇଡି । ଚଢାଉ ବେଳେ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା ଇଡି । କିନ୍ତୁ ଉକ୍ତ କାରଟି ପ୍ରୟାସକାନ୍ତିଙ୍କ ନାଁ ରେ ରେଜିଷ୍ଟ୍ରେସନ ହୋଇନଥିବା ବେଳେ ଜବତ କାରଟି ବିଲଡର ସଂସ୍ଥା ନାଁରେ ରହିଥିବା ଜଣାପଡିଥିଲା । ଏନେଇ ଛାନଭିନ୍ ଆରମ୍ଭ କରିଥିଲା ଇଡି । ଏହାପରେ ଉଭୟ ବାପ ପୁଅଙ୍କୁ ଇଡି ସମନ ପଠାଇଥିଲା ।

ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ବାରିପଦା ଇଞ୍ଜିନିୟରିଙ୍ଗ କଲେଜରେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିବା ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲା ଇଡି ହାତକୁ ଆସିଥିଲା । ତେବେ ସେହି ମାମଲାକୁ ନେଇ ଏବେ ଇଡି ଖୋଳତାଡ ଆରମ୍ଭ କରିଛି ।

 

 

 

Leave A Reply

Your email address will not be published.