ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ପକ୍ଷରୁ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ପ୍ରଗତି ପ୍ରିୟଦର୍ଶିନୀ ‘ଫେସ୍ ଅଫ୍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି । ଗ୍ରାଣ୍ଡ୍ ଫିନାଲେ ଉତ୍ସବରେ ଓଲିଉଡ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୟିନୀଙ୍କୁ ମାନପତ୍ର ସହ ଖଣ୍ଡୁଆପାଟ ଦେଇ ସମ୍ମାନିତ କରିଥିଲେ ।
ଏଥି ସହିତ ୧୨ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ’ ଭାବେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଅନନ୍ୟା ଦାଶ, ଅର୍ପିତା ଶତପଥୀ, ବିଦିଶା ପ୍ରିୟଦର୍ଶିନୀ, ଦେବଜ୍ୟୋତି ବିଶ୍ୱାଳ, ଦେବାଶିଷ ଦାସ, ଫିର୍ଦୋଷୀ ତବସୁମ, ସସ୍ମିତା ପଣ୍ଡା, ସ୍ମରଣିକା ହୋତା, ସ୍ମୃତିରଞ୍ଜନ ସ୍ୱାଇଁ, ସ୍ରିଷ୍ଟି ଦାସ, ଶୁଭେନ୍ଦୁ ଲେଙ୍କା ଏବଂ ସୁଜିତ କୁମାର ଦାଶ । ଶ୍ରେଷ୍ଠ ଚବିଶ ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଲେଖକ ସରୋଜ ବଳ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଶିକ୍ଷାବିତ ପଞ୍ଚମୀ ମନୁ ଉକିଲ୍ ଏବଂ ସମ୍ବଲପୁରୀ ବୁଣାକାର ଲକ୍ଷ୍ମୀନାରାୟଣ ମେହେର ଏହି ଉତ୍ସବରେ ଅତିଥି ଭାବେ ଉପସ୍ଥିତ ରହି ଓଡ଼ିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖିଥିଲେ । ଓଡ଼ିଶା ହସ୍ତତନ୍ତକୁ ସ୍କୁଲ ୟୁନିଫର୍ମ ଭାବେ ବ୍ୟବହାର କରି ପୁରସ୍କୃତ ହୋଇଥିବା ୱିସଡମ୍-ଟ୍ରି ଗ୍ଲୋବାଲ୍ ସ୍କୁଲ୍ ପକ୍ଷରୁ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଅବିକା ତରଫରୁ ପ୍ରସ୍ତୁତ ବିଜେତାମାନଙ୍କ ଫଟୋ ଓ ପରିଚିତି ସମ୍ବଳିତ ଏକ ସ୍ମରଣିକା ମଧ୍ୟ ଉତ୍ସବରେ ଲୋକାର୍ପିତ ହୋଇଥିଲା । ସରୋଜ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।