Latest Odisha News

BREAKING NEWS

ଖସିଲା ମାଟି ଅତଡା, ଅକାଳରେ ଚାଲିଗଲା ୩ ଜୀବନ

କୋରାପୁଟ: ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଅଭାବନୀୟ ଘଟଣା । ଚୂନାମାଟି ଆଣିବାକୁ ଯାଇଥିବାବେଳେ ଅତଡା ଖସି ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତାଜା ସୂଚନା ଅନୁଯାୟୀ ପୋଡାଗୁଡା ନିକଟସ୍ଥ ଏକ ଅଂଚଳରେ ୪ଜଣ ମହିଳା ଚୂନାମାଟି ଆଣିବାକୁ ଯାଇଥିଲେ । ତେବେ ମାଟି ଖୋଳୁଥିବାବେଳେ ହଠାତ୍ ସେମାନଙ୍କ ଉପରେ ଏକ ବିରାଟକାୟ ଅତଡା ଖସିଥିଲା । ଚୂନାମାଟି ଅତଡା ଖସିବା ଫଳରେ ମାଟିରେ ପୋତିହୋଇ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.