Latest Odisha News

BREAKING NEWS

ଦୁଇଟି ଷ୍ଟେସନରେ ସଂଶୋଧିତ ସମୟରେ ଚଳାଚଳ କରିବ ପ୍ରଶାନ୍ତି ସ୍ପେଶାଲ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାଙ୍ଗାଲୋର ପୂର୍ବ ଓ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ସମୟକୁ ସଂଶୋଧନ କରାଯାଇଛି । ଏହାସହ ଅସ୍ଥାୟୀ ଭାବରେ କୃଷ୍ଣରାଜପୁରମ୍ ଷ୍ଟେସନରେ ହାଓ୍ବାଡ଼ା-ଯଶୋବନ୍ତପୁର ସ୍ପେଶାଲର ଅତିରିକ୍ତ ରହଣି ପାଇଁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ୨୦ ଅକ୍ଟୋବରରୁ ଛାଡୁଥିବା ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ ବାଙ୍ଗାଲୋର ପୂର୍ବ ଷ୍ଟେସନରେ ଏହାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ବଦଳରେ ସକାଳ ୧୦ଟା ୪୫ରେ ପହଞ୍ଚି ସକାଳ ୧୦ଟା ୪୬ରେ ଛାଡିବ । ଏହି ଟ୍ରେନ ବାଙ୍ଗାଲୋର କ୍ୟାଣ୍ଟରେ ଏହାର ପୂର୍ବ ସମୟ ସାରଣୀ ବଦଳରେ ସକାଳ ୧୦ଟା ୫୧ରେ ପହଞ୍ଚି ସକାଳ ୧୦ଟା ୫୨ରେ ବାଙ୍ଗାଲୋର ମୁଖ୍ୟ ଷ୍ଟେସନକୁ ଯାତ୍ରା କରିବ ।

ଏହା ବ୍ୟତୀତ, ୧୯ ଅକ୍ଟୋବରରୁ ୧୫ ଫେବୃଆରୀ ୨୦୨୨ ମଧ୍ୟରେ ହାଓ୍ବଡାରୁ ଛାଡୁଥିବା ୦୬୫୯୮ ହାଓ୍ବଡ଼ା-ଯଶୋବନ୍ତପୁର ସ୍ପେଶାଲ କୃଷ୍ଣରାଜପୁରରେ ସନ୍ଧ୍ୟା ୭ଟାରେ ପହଞ୍ଚି ସନ୍ଧ୍ୟା ୭ଟା ୧ରେ ଯଶୋବନ୍ତପୁରକୁ ଯାତ୍ରା କରିବ ।

Leave A Reply

Your email address will not be published.