Latest Odisha News

BREAKING NEWS

ମୋଦିଙ୍କୁ ଭେଟିଲେ ଅମିତ ଶାହ , କଶ୍ମୀର ସ୍ଥିତି ନେଇ ଆଲୋଚନା

ଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । କଶ୍ମୀର ବାହାରେ ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଆଲୋଚନା କରିଛନ୍ତି ଉଭୟ ନେତା । ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଛନ୍ତି । ଉଭୟ ଜମ୍ମୁ କଶ୍ମୀର ପ୍ରଶାସନ ଓ କେନ୍ଦ୍ରଗୃହମନ୍ତ୍ରାଳୟ ଜମ୍ମୁ କଶ୍ମୀର ସ୍ଥିତି ସୁଦୃଢ କରିବା ପାଇଁ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି।

ଅନ୍ୟପଟେ ଜମ୍ମୁ କଶ୍ମୀର ବାତାବରଣ ଏବଂ ପ୍ରବାସୀ ମାନେ ପଳାୟନ କରୁଥିବା ସମ୍ପର୍କରେ ଶାହ ମୋଦିଙ୍କୁ କହିଛନ୍ତି । ଏହା ବ୍ୟତିତ ଦେଶର ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅନ୍ୟପଟେ ଉପୁଜିଥିବା ସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତା ୨୩ ତାରିଖରେ କଶ୍ମୀର ଗସ୍ତରେ ଯାଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Leave A Reply

Your email address will not be published.