Latest Odisha News

BREAKING NEWS

ମହାକୁମ୍ଭ ହେଲା ଶେଷଯାତ୍ରା; ବୋଲେରୋ-ବସ୍‌ ଧକ୍କାରେ ଚାଲିଗଲା ୧୦ ଜୀବନ, ୧୯ ଆହତ

ପ୍ରୟାଗରାଜ: ମହାକୁମ୍ଭ ଯାଉଥିବା ସମୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ମିର୍ଜାପୁର ଏନଏଚ୍ ରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି । ମୃତଦେହଗୁଡ଼ିକୁ ମର୍ଗରୀରେ ରଖାଯାଇଛି ।

ଆଜି ସକାଳୁ କିଛି ଶ୍ରଦ୍ଧାଳୁ ବୋଲେରୋ ଯୋଗେ ଛତିଶଗଡରୁ ମହାକୁମ୍ଭକୁ ଯାଉଥିଲେ । ତେବେ ବୋଲେରୋ ଏବଂ ଏକ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କର ପ୍ରାଣହାନୀ ଘଟିଛି । ତେବେ ସମସ୍ତ ମୃତକ ପୁରୁଷ ଥିବା ନେଇ ସୂଚନା ରହିଛି । ସେମାନେ ସମସ୍ତେ ଛତିଶଗଡ଼ର କୋରବା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।

ଅନ୍ୟପଟେ, ବସରେ ଥିବା ୧୯ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମସ୍ତ ଆହାତ ମାନେ କୁମ୍ଭମେଳାରେ ସ୍ନାନ ସାରି ବାରାଣସୀ ଅଭିମୁଖେ ଯାତ୍ରା କରୁଥିଲେ ।

 

Comments are closed.