Latest Odisha News

BREAKING NEWS

ସଂନ୍ଧ୍ୟା ସୁଦ୍ଧା କରନ୍ତୁ, ନଚେତ୍ କଟିଯିବ ରାସନ୍ କାର୍ଡ

ଭୁବନେଶ୍ଵର: ସରକାରୀ ଯୋଜନା ଅଧୀନରେ ରାସନ କାର୍ଡଧାରୀମାନଙ୍କୁ ମାଗଣା ରାସନ ଦିଆଯାଏ l ଏଥିପାଇଁ କେବଳ ସରକାରୀ ରାସନ ବଣ୍ଟନ କେନ୍ଦ୍ରରୁ ରାସନ କାର୍ଡ ଦେଖାଇ ରାସନ ଉପଲବ୍ଧ ହୋଇଥାଏ  l କିନ୍ତୁ ବର୍ତ୍ତମାନ ଖାଦ୍ୟ ଯୋଗାଣ ବିଭାଗ ଏବଂ ଲଜିଷ୍ଟିକ୍ସ ବିଭାଗ ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଘୋଷଣା କରିଛନ୍ତି ଯେ ସମସ୍ତଙ୍କୁ ଇ-କେୱାଇସି ସଂପୂର୍ଣ୍ଣ କରିବାକୁ ପଡ଼ିବ l ଏଥିପାଇଁ ଖାଦ୍ୟ ଯୋଗାଣ ବିଭାଗ ଦ୍ୱାରା ଆଜି ଅର୍ଥାତ୍ ୧୫ ଫେବୃଆରୀ ଶେଷ ତାରିଖ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ତେବେ ପୂର୍ବରୁ ମନ୍ତ୍ରୀ ଇ-କେୱାଇସି ଅପଡେଟ୍ ପାଇଁ ଆଉ ତାରିଖ ବଢାଯିବନି ବୋଲି କହିଥିବା ବେଳେ ଏଯାଏଁ ଅପଡେଟ୍ କରିନାହାଁନ୍ତି ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ । ତେଣୁ ଏବେ ନଜର ରହିଲା ସମସୟ ସୀମା ଆଉ ବଢୁଛି କି ନାହିଁ ତା’ ଉପରେ । ୧୪ ତାରିଖ ସୁଦ୍ଧା ୩୨ ଲକ୍ଷ ୫୬ ହଜାର ୪୬୫ ଜଣ କରିନାହାନ୍ତି ଇ-କେଓ୍ୱାଇସି ଅପଡେଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ ଲକ୍ଷ ୭୧ ହଜାର ୧୧୭ ଜଣ କରିନାହାନ୍ତି ଅପଡେଟ୍ ।

ତେବେ ଯଦି ଆପଣ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାଁନ୍ତି ତେବେ ସମୟ ବିଳମ୍ବ ନକରି ଯଥା ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରନ୍ତୁ । ନଚେତ୍ ଆପଣଙ୍କ ରାସନ୍ କାର୍ଡ କଟିଯାଇପାରେ । ଆପନଙ୍କ ରାସନ୍ କାର୍ଡରେ ପରିବାରର ଯେତେଜଣଙ୍କ ନାମ ଅଛି ସମସ୍ତଙ୍କ ଇ-କେୱାଇସି କରିବା ନିହାତି ଜରୁରୀ । ଇ-କେୱାଇସି ରାସନ କାର୍ଡରେ କରିବାକୁ ହେଲେ ଆପଣଙ୍କୁ ନିକଟତମ ସରକାରୀ ରାସନ ଦୋକାନକୁ ଯିବାକୁ ପଡିବ l ଯାହା ପରେ ଆପଣଙ୍କୁ ସେଠାରେ ରାସନ ଡିଲରଙ୍କୁ ଭେଟିବାକୁ ପଡିବ l ଏହା ପରେ ଆପଣଙ୍କୁ ଦୋକାନରେ ଉପସ୍ଥିତ ଥିବା ପିଓଏସ ମେସିନ୍ ଉପରେ ଆପଣଙ୍କର ଆଙ୍ଗୁଠି ଛାପ ଦେବାକୁ ପଡିବ l ଏହା ପରେ ତୁମର ଇ-କେୱାଇସି ପ୍ରକ୍ରିୟା ସମାପ୍ତ ହେବ l କେବଳ ପରିବାରର ମୁଖ୍ୟଙ୍କ ଆଙ୍ଗୁଠି ଛାପ ନୁହେଁ। ବରଂ, ରାସନ କାର୍ଡରେ ଉପସ୍ଥିତ ଥିବା ସମସ୍ତ ପରିବାର ସଦସ୍ୟଙ୍କୁ ସେମାନଙ୍କର ଆଙ୍ଗୁଠି ଛାପ ଦାଖଲ କରିବାକୁ ପଡିବ l

Comments are closed.