ଭୁବନେଶ୍ବର: ୧୧ ଲକ୍ଷ ଠକେଇ ଅଭିଯୋଗରେ ପ୍ରବଚକ ଶରଣାବିନ୍ଦ ଓଝା ଗିରଫ । ଏକ ଡକୁମେଣ୍ଟାରି ତିଆରି କରିବାର ପ୍ରତିଶ୍ରୁତି ଦେଇ ଜଣେ ଡାକ୍ତରଙ୍କ ଠାରୁ ସେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି । ଘଟଣା ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗକାରିଣୀ ସାଗରିକା ଦାସ (୮୦) । ସେ ଜଣେ ଅବସରପ୍ରାପ୍ତ ଡାକ୍ତର । ବାୟା ବାବାଙ୍କ ସମ୍ପର୍କରେ ଏକ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରି) କରିବାକୁ ଚାହିଁଥିଲେ। ଶରଣାବନ୍ଦି ଓଝାଙ୍କୁ ପୂର୍ବରୁ ଜାଣିନଥିଲେ ହେଁ କହିବା ଶୈଳୀ ଓ ଟେଲିଭିଜନ ଆଦିରେ ପ୍ରବଚନ ଦେଖି ସେ ପ୍ରଭାବିତ ହୋଇଥିଲେ। କୌଣସି ପ୍ରକାରେ ଶରଣାବିନ୍ଦଙ୍କ ସହ ତାଙ୍କର ଏହି ପ୍ରସଙ୍ଗକୁ ନେଇ ସାକ୍ଷାତ ହୋଇଥିଲା ।
ଏହା ପରେ ସେ ଡକୁମେଣ୍ଟାରି ତିଆରି କରିବାକୁ ରଣାବିନ୍ଦଙ୍କୁ ୧୧ଲକ୍ଷ ଟଙ୍କା ପଠାଇଥିଲେ । ସେ ଟଙ୍କା ନେବା ପରେ ଡକୁମେଣ୍ଟାରି ତିଆରି କରିନଥିବାରୁ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।
