Latest Odisha News

BREAKING NEWS

କ୍ରିଷନ୍ କୁମାରଙ୍କ ବଦଳରେ ପ୍ରେମ କୁମାର ଝା ବିଡ଼ିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଅପର୍ଣ କରାଯାଇଛି ।

ଏନେଇ ରାଜ୍ୟ ସଚିବାଳୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ଏବଂ ତାଙ୍କର ନିଜ ପଦବୀ ସହିତ ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ବୋଲି ଉଲ୍ଲେଖ କରାଯାଇଛି ।

୧୯୯୩ ବ୍ୟାଚର ଆଇଏଫଏସ ଅଧିକାରୀ ପ୍ରେମ କୁମାର ଝା ୨୦୦୨ ବ୍ୟାଚ ଆଇଏଏସ ଅଧିକାରୀ କ୍ରିଷନ୍ କୁମାରଙ୍କଠୁ ଏହି ଦାୟିତ୍ୱ ନେଇଛନ୍ତି ଯିଏକ ୨୦୧୪ ମସିହାଠାରୁ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ ।

କ୍ରିଷନ୍ କୁମାର ଯିଏକି ସମବାୟ କମିଶନର ଓ ସଚିବ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଭାବେ ରହିଛନ୍ତି ତାଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପ୍ରଶାସକ ତଥା ବିଡ଼ିଏ ଉପାଧ୍ୟକ୍ଷ ପଦବୀରୁ ଦାୟିତ୍ୱ ରହିତ କରାଯାଇଛି । ପୂର୍ବ ପଦବୀରେ ସେ ୪ ବର୍ଷ ୧୦ ମାସ କାର୍ଯ୍ୟ କରିବା ପରେ ଏବେ ତାଙ୍କର ପଦୋନ୍ନତି ହୋଇଛି ।

Leave A Reply

Your email address will not be published.