Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ : ଭକ୍ତଙ୍କ ଗହଣରେ ଚନ୍ଦନଯାତ୍ରା ବ୍ୟବସ୍ଥା

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିରରେ ଆସନ୍ତା କାଲି ମହାପ୍ରଭୁଙ୍କ ଦ୍ଵାରଫିଟା,ମଙ୍ଗଳ ଆଳତୀ,ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘର ଭୋଗ କରାଯିବ ।  ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଭୋଗ ସରିବ ।

BjdElectrycity

ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ବନ୍ଦାପନା ପରେ ୩.୩୦ରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଭୂଦେବୀ,ଶ୍ରୀଦେବୀ ବିମାନକୁ ବିଜେ କରିବେ । ଏହାପରେ ରଥଖଳାକୁ ଆଜ୍ଞାମାଳ ବିଜେ କରି ବିମାନ ଚନ୍ଦନ ପୁଷ୍କରିଣୀ ଅଭିମୁଖେ ଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନି ଖଣ୍ଡ ଧଉରା କାଠ ଅନୁକୂଳ କରାଯିବ ।

ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେଇଥିବାରୁ ଜିଲ୍ଲା,ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରାସ୍ତାରେ ଅଗ୍ନିଶମ ବିଭାଗ ଦ୍ଵାରା ଜଳସିଞ୍ଚନ ଓ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

ସେହିପରି ନୀତିକାନ୍ତିକୁ ଶୃଙ୍ଖଳିତ କରିବା,ଗହଳି ନିୟନ୍ତ୍ରଣ,ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା,ଚନ୍ଦନ ଚକଡାରେ ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ୫ ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ଡିଏସପି ସହ ୬ ଆଇଆଇସି ମୁତୟନ ରହିବେ ବୋଲି ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କିରେ ଝୁଲି ଝୁଲି ଭକ୍ତଙ୍କ ଗହଣରେ ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚିବା ପରେ ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ଜଳକ୍ରୀଡା କରିବେ।

 

Leave A Reply

Your email address will not be published.