Latest Odisha News

BREAKING NEWS

ବାଜିଲା ନିର୍ବାଚନୀ ବିଗୁଲ୍: ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ପଡ଼ିବ ଭୋଟ୍

ନୂଆଦିଲ୍ଲୀ: ଝାରସୁଗୁଡାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଆଜି ନିର୍ବାଚନ କମିଶନ ଭୋଟ୍ ନେଇ ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ମାସରେ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ଏହି ଆସନ।

ନିର୍ବାଚନ କମିଶନ ଦେଶରେ ମୋଟ୍ ତିନୋଟି ଆସନରେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ତାରିଖ ଘୋଷଣା କରିଛନ୍ତି । ଏହି ତିନି ଆସନ ହେଲା ଓଡ଼ିଶାର ବ୍ରଜରାଜନଗର, କେରଳର ଥ୍ରିକକାରା ଏବଂ ଉତ୍ତରାଖଣ୍ଡର ଚମ୍ପଓ୍ୱତ ।

ମେ ୩୧ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ । ମେ ୪ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ପ୍ରାର୍ଥୀ  ପତ୍ର ଦାଖଲର ଅନ୍ତିମ ତାରିଖ ରହିଛି । ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମେ ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି । ମେ ୩୧ରେ ଏହି ଆସନ ପାଇଁ ଭୋଟ୍ ପଡିବ । ଜୁନ୍ ୩ରେ ଭୋଟ୍ ଗଣତି ହେବ। ଭୋଟିଂ ବେଳେ ନିୟନ ଅନୁଯାୟୀ ଇଭିଏମ୍ ଏବଂ ଭିଭିପାଟ ବ୍ୟବହାର ହେବ। କରୋନା ନିୟମ ଅନୁଯାୟୀ ଭୋଟିଂ ସହିତ ପ୍ରଚାର ହେବ । ନିୟମ ଉଲ୍ଲଂଘନ କଲେ ନିୟମ ଅନୁଯାୟୀ ଦଣ୍ଡିତ ହେବେ।

ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଥିଲା ।

ଆଜି ତାରିଖ ଘୋଷଣା ପୂର୍ବରୁ ବ୍ରଜରାଜନଗର ବିଧାନସଭା ଆସନରୁ କିଏ ହେବେ ପ୍ରାର୍ଥୀ ସେ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇସାରିଛି । ଏହାରି ଭିତରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି ହୋଇଥିବା ବେଳେ କିଶୋରଙ୍କ ପତ୍ନୀ ମଧ୍ୟ ବିଧାୟକ ସିଟ୍ ପାଇଁ ଦାବିଦାର ବୋଲି କହିଛନ୍ତି। ବିରୋଧୀ ବିଜେପି ଏଠାରେ ଏତେ ସକ୍ରିୟ ନଥିବା ଭଳି ଲାଗୁଛି ତେଣୁ ବିଜେ଼ଡିରୁ ଏହି ଆସନରୁ କିଏ ଟିକେଟ ପାଇବ ତାକୁ ନେଇ ସସପେନ୍ସ ବଢିଛି ।

ନିକଟେର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ଏବେ ବିବାଦରେ ମନ୍ତ୍ରୀ ରହିଛନ୍ତି। ବିରୋଧୀ ବିଜେପି ଜିଲ୍ଲାରେ ଆନ୍ଦୋଳନ କରିବା ସହିତ ସିବିଆଇ ତଦନ୍ତ ଦାବି କରି ଉପନିର୍ବାଚନ ପୂର୍ବରୁ ବିଜେଡି ବିରୋଧରେ ମାହୋଲ ତିଆରି କରିବାକୁ ଉଦ୍ୟମ କରିଛି।

Leave A Reply

Your email address will not be published.