Latest Odisha News

BREAKING NEWS

ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ହେଲେ ଆପ୍ ବିଧାୟକ ଆତିଶୀ ଏବଂ ସୌରଭ ଭରଦ୍ୱାଜ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଆପ୍ ବିଧାୟକ ଆତିଶୀ ଏବଂ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଗୁରୁବାର ସେମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସେମାନଙ୍କ ନାମ ମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ।

ଆପ୍ ମୁଖପାତ୍ର ସୌରଭ ଭରଦ୍ୱାଜ ତିନି ଥର ବିଧାୟକ ହୋଇଥିବା ବେଳେ ୨୦୧୩-୧୪ରେ କେଜ୍ରିଓ୍ୱାଲଙ୍କ ପ୍ରଥମ ସରକାରରେ ସେ ପରିବହନ ଓ ପରିବେଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୨୦ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅତିଶୀ ସିସୋଦିଆଙ୍କ ସହ ମିଶି ସହରର ଶିକ୍ଷା ବ୍ୟବସ୍ଥା ଉପରେ କାମ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ଆତିଶୀ ଓ ଭରଦ୍ୱାଜ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା।

ଦିଲ୍ଲୀ ସରକାରଙ୍କ ୩୩ଟି ବିଭାଗ ମଧ୍ୟରୁ ୧୮ଟି ବିଭାଗ ସମ୍ଭାଳୁଥିଲେ ମନୀଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଗତ ମାସରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତିହାର ଜେଲରେ ଥିବା ଜୈନଙ୍କୁ ମଧ୍ୟ ଗତବର୍ଷ ମେ’ ମାସରେ ଇଡି ଗିରଫ କରିଥିଲା।

ଆତିଶୀ ଓ ଭରଦ୍ୱାଜ ଶପଥ ନେବା ଯାଏ ମନ୍ତ୍ରୀ ରାଜ କୁମାର ଆନନ୍ଦ ଓ କୈଳାସ ଗହଲୋଟ ସିସୋଦିଆଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ବିଭାଗ ସମ୍ଭାଳୁଛନ୍ତି। ଗେହଲଟ ଅର୍ଥ, ପିଡବ୍ଲ୍ୟୁଡି ଓ ଶକ୍ତି ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ସମ୍ଭାଳୁଛନ୍ତି। ସମାଜ ମଙ୍ଗଳ ବିଭାଗ ସମ୍ଭାଳୁଥିବା ଆନନ୍ଦ ଏବେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସମ୍ଭାଳୁଛନ୍ତି।

ଆପ୍ ସରକାରଙ୍କ ବର୍ତ୍ତମାନର କାର୍ଯ୍ୟକାଳରେ ଦ୍ୱିତୀୟ ଥର ପାଇଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ଗତ ବର୍ଷ ଅକ୍ଟୋବରରେ, ରାଜେନ୍ଦ୍ର ପାଲ୍ ଗୌତମଙ୍କୁ ଧର୍ମ ପରିବର୍ତ୍ତନ କାର୍ଯ୍ଯକ୍ରମରେ ଉପସ୍ଥିତ ରହିବା ପରେ ରାଜ କୁମାର ଆନନ୍ଦ ଇସ୍ତଫା ଦେବା ପରେ ତାଙ୍କୁ ବଦଳି କରାଯାଇଥିଲା।

Leave A Reply

Your email address will not be published.