Latest Odisha News

BREAKING NEWS

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କଲେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କଲେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀ। ଏହାସହ ବିଦ୍ୟାର୍ଥୀମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ୱାରା ଆୟୋଜିତ ଶିକ୍ଷଣ ଯାତ୍ରାର ଅଂଶ ଭାବରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଛନ୍ତି। ଅନ୍ୟପଟେ ଅମୃତ ଉଦ୍ୟାନ ମଧ୍ୟ ପରିଦର୍ଶନ କଲେ ଏହିସବୁ ଛାତ୍ରଛାତ୍ରୀ।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱଶ୍ୱର ଟୁଡୁ ଏବଂ ରେଣୁକା ସିଂଙ୍କ ସହିତ ଆଲୋଚନା ପାଇଁ ଏକ ସମ୍ମିଳନୀର ଆୟୋଜନ କରିଛି। କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ୬ ଟି ରାଜ୍ୟ। ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ପ୍ରାୟ ୫୦୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ନୂଆ ଦିଲ୍ଲୀରେ ଡା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।

 

 

ଏହି ପ୍ରକାର ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା, କ୍ୟାରିୟର ଏବଂ ଛାତ୍ରବୃତ୍ତି ଯୋଜନା ସହିତ ସମ୍ବନ୍ଧିତ ବିଷୟରେ ବିଚାର, ଅନ୍ତଦୃଷ୍ଟି ଏବଂ ଅନୁଭବକୁ ଆଦାନ ପ୍ରଦାନ କରିବା ପାଇଁ ସାର୍ଥକ ଆଲୋଚନା ନିମନ୍ତେ ପ୍ଲାଟଫର୍ମ ପ୍ରଦାନ କରିବା। ବିଦ୍ୟାର୍ଥୀମାନେ ୨୩ ଅଗଷ୍ଟ, ୨୦୨୩ ବା ଆସନ୍ତାକାଲି ସକାଳେ ସଂସଦ ଭବନକୁ ପରିଦର୍ଶନ କରିବେ। ଏହି ପ୍ରତିଷ୍ଠିତ ସଂସ୍ଥାର ଯାତ୍ରା ଦ୍ୱାରା ଛାତ୍ରମାନେ ସଂସଦ ଭବନର କାର୍ଯ୍ୟ ସହିତ ପରିଚିତ ହେବା ଏବଂ ସଂସଦ ସହିତ ସାମିଲ୍ ଭୂମିକା ଓ ଦାୟୀତ୍ୱକୁ ବୁଝିବାରେ ଏକ ସ୍ୱତନ୍ତ୍ର ସୁଯୋଗ ମିଳିବ।

ସମଗ୍ର କାର୍ଯ୍ୟକ୍ରମ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ବ୍ୟାପକ ଅଭିଜ୍ଞତା ପ୍ରଦାନ କରିବ। ଏହି ଶିକ୍ଷଣ ଯାତ୍ରାର ଉଦ୍ଦେଶ୍ୟ ବିଦ୍ୟାର୍ଥୀଙ୍କର ସମଗ୍ର ବିକାଶରେ ଯୋଗଦାନ ଦେବା, ଯେଉଁଥିରେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଞ୍ଚ ମିଳିବ ଏବଂ ଏହା ସହିତ ସେମାନଙ୍କ ଜୀବନ ଉପରେ ଏକ ଅବିସ୍ମରଣୀୟ ପ୍ରଭାବ ସୃଷ୍ଟି ହେବ।

Leave A Reply

Your email address will not be published.